Pushpa 2 Day 1 Collection: ଜବରଦସ୍ତ କ୍ରେଜ୍ ! ଜାଣନ୍ତୁ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨'ର ପ୍ରଥମ ଦିନ ଆୟ
Pushpa 2 Day 1 Collection: ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିଛି । ଏହା ଏକ ବିଗ୍ ବଜେଟ୍ ଫିଲ୍ମ ଯାହା ବକ୍ସଅଫିସରେ ପ୍ରଥମ ଦିନକୁ ହିଁ ରାଜ କରିବା ଆରମ୍ଭ କରିଛି । ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଅତୁଳନୀୟ ଭଲ ପାଇବା ସାଉଁଟୁଛି । ଫିଲ୍ମର ଗୀତ ଟ୍ରେଣ୍ତରେ ରହିଥିବା ବେଳେ ଡାଏଲଗ ଟ୍ୱିଟରେ କରୁଛି ଟ୍ରେଣ୍ତ । ଫିଲ୍ମର ଆଡଭାନ୍ସ ବୁକିଂ ସ୍ପଷ୍ଟ କରିଦେଇଥିଲା ଯେ ସିନେମାଟି ସୁପରହିଟ୍ ହେବାକୁ ଯାଉଛି ଏବଂ ଏକ ନୂଆ ଇତିହାସ ରଚିବା ପାଇଁ ଯାଉଛି ।
ଟ୍ରେକ୍ ୱେବସାଇଟ୍ ରିପୋର୍ଟ ଅନୁସାରେ, ଅଲୁ ଅର୍ଜୁନଙ୍କ ପୁଷ୍ପା 2 ବକ୍ସ ଅଫିସରେ ପ୍ରଥମ ଦିନରେ ପ୍ରାୟ 71.4 କୋଟି ଟଙ୍କା ରୋଜଗାର କରିଛି । ତେବେ ଏହା ସମସ୍ତ ଭାଷାରେ କେବଳ ଭାରତର କଲେକ୍ସନ । ହେଲେ ବାଣିଜ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରଥମ ଦିନର ଆୟ ଆହୁରି ଅଧିକ ହୋଇପାରେ । ଚଳଚ୍ଚିତ୍ରର ବୃଦ୍ଧି ଶୋକୁ ବିଚାରକୁ ନେଇ ଆଶା କରାଯାଉଛି ଯେ ଓପନିଂ ଡେ'ରେ ସିନେମାର ଆୟ 100 କୋଟିରେ ପହଞ୍ଚିପାରେ।

ତେବେ ଏସ୍ ରାଜାମୌଲିଙ୍କ ବାହୁବଳୀ କେବଳ ଭାରତରେ 138.3 କୋଟି ଟଙ୍କା ଆୟ କରିଥିଲା। ଏହା ପରେ ରାଜାମୌଲିଙ୍କ RRR ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଏଥି ସହିତ, ଯଦି ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁଷ୍ପା 2 worldwide ରେ 238 କୋଟି ଟଙ୍କା ରୋଜଗାର କରିବାର ସମ୍ଭାବନା ରହିଛି । ଚଳଚ୍ଚିତ୍ରର ବଢୁଥିବା କ୍ରେଜକୁ ଦେଖି ପ୍ରଥମ ଦିନରେ ଫିଲ୍ମଟି କେତେ ଆୟ କରିବ ତାହା କହିବା କଷ୍ଟକର ।












Click it and Unblock the Notifications