ପ୍ରଥମ ଦିନରେ ରେକର୍ଡ ବ୍ରେକ୍ କରିବ ପୁଷ୍ପା-2
Pushpa 2 Box Office Collection: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଆଲୁ ଅର୍ଜୁନ ଷ୍ଟାରର ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା'ର ସିକ୍ୱେଲ'ହେଉଛି ପୁଷ୍ପା ୨ '। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
We intend to give you the best 🔥
The wait increases for a memorable experience on the big screens.#Pushpa2TheRule Grand release worldwide on 6th DECEMBER 2024 💥💥
His rule will be phenomenal. His rule will be unprecedented ❤️🔥
Icon Star @alluarjun @iamRashmika @aryasukku… pic.twitter.com/EKMNaYOU5e
— Mythri Movie Makers (@MythriOfficial) June 17, 2024
ଏହି ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ ହେଲେ ଏହା ସମସ୍ତ ଭାରତୀୟ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିପାରେ ବୋଲି ଦାବି କରାଯାଉଛି। କୁହାଯାଉଛି ଯେ ଓପନିଂ ଡେ'ରେ ଫିଲ୍ମ ପୁଷ୍ପା ସମସ୍ତ ରେକର୍ଡ ବ୍ରେକ୍ କରିପାରେ । ବର୍ତ୍ତମାନ ନିର୍ମାତାମାନେ ଏହାର ନୂଆ ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ନିର୍ମାତାମାନେ ଚଳଚ୍ଚିତ୍ର ପାଇଁ ପ୍ରଶଂସକଙ୍କ ଉତ୍ସାହ ବଢାଇବା ପାଇଁ ବର୍ତ୍ତମାନ ନୂତନ ରଣନୀତି ଆପଣାଇଛନ୍ତି । ଦଶହରା ପର୍ବ ଅବସରରେ ନିର୍ମାତାମାନେ 'ପୁଷ୍ପା 2'ର ଏକ ନୂତନ ପୋଷ୍ଟର ରିଲିଜ୍ ହୋଇଛି । ନୂତନ ପୋଷ୍ଟରରେ ନିର୍ମାତାମାନେ ସୂଚନା ଦେଇଛନ୍ତି ଯେ, ଡିସେମ୍ବର 6 ରେ ବଡ଼ ପରଦାରେ ମୁକ୍ତିଲାଭ କରବା ପାଇଁ ଯାଉଛି ।
ଯଦି 'ପୁଷ୍ପା 2'ର ଏକ ପେଡ୍ ପ୍ରିଭ୍ୟୁ ଅଛି ତେବେ ଫିଲ୍ମଟି 175 କୋଟି ଟଙ୍କାର ବମ୍ପର ଓପନିଂ କରିପାରେ । ସମଗ୍ର ଦେଶରେ ଅନ୍-ଗ୍ରାଉଣ୍ଡ କ୍ରେଜ୍ ଏବଂ ଉତ୍ସାହ ମଧ୍ୟରେ ଏହି ଚଳଚ୍ଚିତ୍ର କେବଳ ପେଡ୍ ପ୍ରିଭ୍ୟୁ ମାଧ୍ୟମରେ 15 କୋଟି ଟଙ୍କା କିମ୍ବା ଅଧିକ ସଂଗ୍ରହ କରିପାରିବ । ନିର୍ଦ୍ଧାରିତ ତାରିଖରେ ଏହି ଚଳଚ୍ଚିତ୍ରଟି କେବଳ ତେଲୁଗୁ ରାଜ୍ୟ ଏବଂ ହିନ୍ଦୀ ବେଲ୍ଟରୁ 140 କୋଟି ଟଙ୍କା ରୋଜଗାର କରିବାର କ୍ଷମତା ରଖିଛି। ଏହା ସହଜରେ ଦକ୍ଷିଣ ରାଜ୍ୟରୁ ଅବଶିଷ୍ଟ 15 କିମ୍ବା 20 କୋଟି ଟଙ୍କା ରୋଜଗାର କରିପାରିବ ।












Click it and Unblock the Notifications