ଖୁବ୍ ଶୀଘ୍ର ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ Pushpa 2
Pushpa 2: ଆଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2' ଡିସେମ୍ବର 5 ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ମୁକ୍ତିଲାଭ କରିବାର 53 ଦିନ ପରେ ମଧ୍ୟ ଦେଶ ଏବଂ ବିଶ୍ୱରେ ନିଜ କ୍ରେଜ୍ ବଜାୟ ରଖିଥିଲା । ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ବ୍ରେକ୍ କରିଥିଲା ଏହି ଚଳଚ୍ଚିତ୍ର । ରିଲିଜର ପ୍ରାୟ ଦୁଇ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି ପୁଷ୍ପା-2 ।
ବର୍ତ୍ତମାନ 'ପୁଷ୍ପା 2' OTT ରିଲିଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ପ୍ରକୃତରେ ଏହି ଫିଲ୍ମଟି OTTରେ ରିଲିଜ୍ ହେବାକୁ ଯାଉଛି। ଆଲୁ ଅର୍ଜୁନଙ୍କ ଏହି ମେଗା ବ୍ଲକବଷ୍ଟର ଫିଲ୍ମଟି କେଉଁ ଓଟିଟି ଫ୍ଲାଟଫର୍ମରେ ମୁକ୍ତିଲାଭ କରିବ ତାହା ଜାଣିବା ପାଇଁ ଲୋକଙ୍କ ମଧ୍ୟ ବେଶ୍ ଉତ୍ସାହ ବୃଦ୍ଧି ପାଇଛି ।

ମିଡିଆ ରିପୋର୍ଟ ଅନୁସାରେ, 'ପୁଷ୍ପା 2' 2025 ଜାନୁଆରୀ 30 ରୁ 31 ମଧ୍ୟରେ OTT ପ୍ଲାଟଫର୍ମ Netflix ରେ ରିଲିଜ୍ ହେବାର ସମ୍ଭାବନା ଅଛି। ଫିଲ୍ମର ପୋଷ୍ଟ-ଥିଏଟ୍ରିକାଲ୍ ଡିଜିଟାଲ୍ ରାଇଟ୍ସକୁ ନେଟଫ୍ଲିକ୍ସ ବହୁ ମୂଲ୍ୟରେ କିଣିଛି। ଆପଣଙ୍କୁ କହି ରଖୁଛୁ ଯେ ନିର୍ମାତାମାନେ କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ପୁଷ୍ପା 2 ସିନେମା ହଲରେ 56 ଦିନର ୱିଣ୍ଡୋ ସମାପ୍ତ କରିବା ପରେ ମୁକ୍ତିଲାଭ କରିବ। ଏପରି ପରିସ୍ଥିତିରେ, ବର୍ତ୍ତମାନ ଫିଲ୍ମଟି ଏହି ସମୟ ସମାପ୍ତ ହୋଇଛିତେଣୁ OTT ରେ ଏହାର ମୁକ୍ତିଲାଭ ହେବାର ସମ୍ଭାବନା ବୃଦ୍ଧି ପାଇଛି।
There are rumours floating around about the OTT release of #Pushpa2TheRule
Enjoy the Biggest Film #Pushpa2 only on the Big Screens in this Biggest Holiday Season ❤️
It won't be on any OTT before 56 days!
It's #WildFirePushpa only in Theatres Worldwide 🔥
— Mythri Movie Makers (@MythriOfficial) December 20, 2024
କୁହାଯାଉଛି Netflix ପୁଷ୍ପା 2 ର ଏକ ସ୍ୱତନ୍ତ୍ର ବିସ୍ତାରିତ କଟ୍ ରିଲିଜ୍ କରିବାକୁ ଯାଉଛି, ଯାହାର ଅର୍ଥ ଏଥିରେ 20 ମିନିଟର ଅଦେଖା ଫୁଟେଜ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏହି ଖବର ସହିତ, ପୁଷ୍ପା 2 ର ଓଟଟି ରିଲିଜକୁ ଅପେକ୍ଷା କରିଥିବା ଦର୍ଶକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି । ହେଲେ ନିର୍ମାତାମାନେ ଏ ବିଷୟରେ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରିନାହାଁନ୍ତି।
'ପୁଷ୍ପା 2' ଦେଶର ସର୍ବାଧିକ ଆୟକାରୀ ଫିଲ୍ମ ପାଲଟିଛି। ଏହା ମୁକ୍ତିଲାଭ କରିବାର 53 ଦିନରେ ଭାରତୀୟ ବକ୍ସ ଅଫିସରେ ₹1232.30 କୋଟି ଆୟ କରିଛି। ଯେତେବେଳେ ସାରା ବିଶ୍ୱରେ ଫିଲ୍ମଟି 1800 କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି।












Click it and Unblock the Notifications