ଏହି ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ପୁଷ୍ପା-୨ !
Pushpa 2 Ott Released: ଆଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨'ର କ୍ରେଜ୍ ବର୍ତ୍ତମାନ ମଧ୍ୟ ଜାରି ରହିଛି । ପୁଷ୍ପା-୨ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରଟି 5 ଡିସେମ୍ବର 2024 ରେ ମୁକ୍ତିଲାଭ କରିଥିଲା ଏବଂ ଏହା ଜବରଦସ୍ତ ଓପନିଂ କରିଥିଲା । ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟି ଭଲ ଆୟ କରୁଛି । ବର୍ତ୍ତମାନ ଫିଲ୍ମର OTT ରିଲିଜ୍ ବିଷୟରେ ଜାଣିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି ।
OTT'ରେ ଫିଲ୍ମ ରିଲିଜ ହେବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ 275 କୋଟି ଟଙ୍କାରେ ଫିଲ୍ମର ଅଧିକାର କିଣିଛି।

ଫିଲ୍ମର OTT ରିଲିଜ୍ ବିଷୟରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ ତେବେ ଏହି ଚଳଚ୍ଚିତ୍ରଟି ଥିଏଟର ରିଲିଜ୍ ହେବାର 6-8 ସପ୍ତାହ ପରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।
ଖବର ଅନୁଯାୟୀ, ଅନଲାଇନରେ ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନଙ୍କୁ ଫେବୃଆରୀ 2025 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଖବର ରହିଛି। GQ ର ରିପୋର୍ଟ ଅନୁଯାୟୀ, ପ୍ରଶଂସକମାନେ 15 ରୁ 30 ଜାନୁଆରୀ ମଧ୍ୟରେ ଘରେ ବସି ପୁଷ୍ପା 2 କୁ ଦେଖିପାରିବେ।
ଏହି ଚଳଚ୍ଚିତ୍ରଟି OTT ରେ ଅନେକ ଭାଷାରେ ମୁକ୍ତିଲାଭ କରିବ । ଆପଣ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀରେ ଏହି ଫିଲ୍ମ ଦେଖିପାରିବେ ଫ୍ୟାନ୍ସ। ଏହି ଚଳଚ୍ଚିତ୍ରରେ ଆଲୁ ଅର୍ଜୁନ ପୁଷ୍ପା ରାଜ ଭୂମିକାରେ ଦେଖିବା ପାଇଁ ମିଳୁଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ସିନେମାର ଗୀତ, ଡ୍ୟାନ୍ସ ଏବଂ କାହାଣୀ ସବୁ କିଛି ରିହିଛି ଖୁବ୍ ଖାସ ।












Click it and Unblock the Notifications