Get Updates
Get notified of breaking news, exclusive insights, and must-see stories!

Pushpa 2 The Rule: ବିହାରରେ ଏହି ଦିନ ରିଲିଜ୍ ହେବ ଫିଲ୍ମ 'Pushpa 2'ର ଟ୍ରେଲର୍

Pushpa 2 The Rule Trailer Release Date: ସାଉଥର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨: ଦ ରୁଲ୍'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଲ୍ଲୁ ଅର୍ଜୁନ ନିଜେ ଏହି ଫିଲ୍ମ ସହ ଜଡିତ ଏକ ବଡ ଅପଡେଟ୍ ଦେଇଛନ୍ତି। ଏହାର ଟ୍ରେଲର ରିଲିଜ ହେବାର ତାରିଖ ବିଷୟରେ ସେ ସୂଚନା ଦେଇଛନ୍ତି ।

ଆଲୁ ଅର୍ଜୁନ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରୁ ଫିଲ୍ମର ରିଲିଜ୍ ତାରିଖ ପୋଷ୍ଟ କରିଛନ୍ତି। ଆଲୁ ଅର୍ଜୁନ କହିଛନ୍ତି ଯେ, ପୁଷ୍ପା 2 ର ଟ୍ରେଲର ନଭେମ୍ବର 17 ରେ ସନ୍ଧ୍ୟା 6:03 ରେ ପାଟନାରେ ମୁକ୍ତିଲାଭ କରିବ।

Pushpa 2

ତେବେ ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ବର୍ତ୍ତମାନ ଟ୍ରେଲର ରିଲିଜ୍ ହେବାର ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍ପା ୨ ର ଟ୍ରେଲର କେବେ ଓ କେଉଁଠାରେ ରିଲିଜ ହେବ ସେ ବିଷୟରେ ଅଭିନେତା ନିଜେ ସୂଚନା ଦେଇଛନ୍ତି। ଆଲୁ ଅର୍ଜୁନ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରୁ ଫିଲ୍ମର ରିଲିଜ୍ ତାରିଖ ପୋଷ୍ଟ କରିଛନ୍ତି।

'ପୁଷ୍ପା 2 ଦି ରୁଲ୍' ଟ୍ରେଲର 17 ନଭେମ୍ବରରେ ପଟନାରେ ରାତି 6.03 ରେ ମୁକ୍ତିଲାଭ କରିବ।ଆଲ୍ଲୁ ଅର୍ଜୁନଙ୍କ ଏହି ଖବର ସହ ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି । ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବହୁ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି । ଯାହାର ଅନ୍ତ
5 ଡିସେମ୍ବରରେ ଶେଷ ହେବ । ଡିସେମ୍ବର 5, 2024 ରେ ପୁଷ୍ପା 2 ଚଳଚ୍ଚିତ୍ର ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।

ଡିସେମ୍ବର 2019 ରେ ମୁକ୍ତିଲାଭ କରିଥିବା ଫିଲ୍ମ ପୁଷ୍ପା ଦ ରାଇଜ୍ ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା। ସେହି ଚଳଚ୍ଚିତ୍ରର କାହାଣୀ ଏବଂ ଗୀତ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରାୟ 250 କୋଟି ଟଙ୍କାରେ ନିର୍ମିତ ପୁଷ୍ପା (2019) ବକ୍ସ ଅଫିସରେ ପ୍ରାୟ 1100 କୋଟି ଟଙ୍କା ଆୟ କରିଥିଲା। ଏହି ଚଳଚ୍ଚିତ୍ର ଆଲୁ ଅର୍ଜୁନଙ୍କୁ ଅଧିକ ଲୋକପ୍ରିୟତା ମଧ୍ୟ ଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+