ବହୁପ୍ରତୀକ୍ଷା ପରେ ଶେଷରେ ରିଲିଜ ହେଲା ‘ପୁଷ୍ପା ୨ ଦ ରୁଲ ର ଟ୍ରେଲର, ଅଲୁ ଅର୍ଜୁନଙ୍କ ଦମଦାର ଏଣ୍ଟ୍ରି
ପାଟନା: ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ଆଉ ଫିଲ୍ମଟି ରିଲିଜ ହେବା ପରେ ଲୋକଙ୍କୁ ସଠିକ୍ ମନୋରଞ୍ଜନର ଖୋରାକ ଯୋଗାଇବ ନିଶ୍ଚୟ । ଆମେ କହୁଛୁ ଅଲୁ ଅର୍ଜୁନଙ୍କ ସିନେମା ପୁଷ୍ପା୨ -ଦ ରୁଲ୍ କଥା । ବହୁପ୍ରତୀକ୍ଷା ପରେ ଶେଷରେ ୨୦୨୪ର ବହୁପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨: ଦ ରୁଲ'ର ଟ୍ରେଲର ଛଅଟି ଭାଷାରେ ରିଲିଜ ହୋଇଛି। ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମର ୨ ମିନିଟ୍ ୪୮ ସେକେଣ୍ଡର ଟ୍ରେଲର ହିନ୍ଦୀ, ତାମିଲ, ମାଲାୟଲମ, ବଙ୍ଗାଳି, କନ୍ନଡ ଓ ତେଲୁଗୁ ଭାଷାରେ ରିଲିଜ୍ ହୋଇଛି।
ଟ୍ରେଲରେ ଆକ୍ସନ, ଡ୍ରାମା ଓ ଦମଦାର ଡାଇଲର ଚମତ୍କାର ସମନ୍ଵୟ ଦେଖିବାକୁ ମିଳିଛି। ଟ୍ରେଲର ଦେଖିବା ପରେ ସିନେ ପ୍ରେମୀଙ୍କ ମଧ୍ୟରେ ଫିଲ୍ମ ଦେଖିବା ପାଇଁ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଫିଲ୍ମର ଟ୍ରେଲରକୁ ବହୁତ ପ୍ରଶଂସା କରାଯାଉଛି। ଭାରତୀୟ ସିନେମାରେ ସବୁଠୁ ବଡ଼ ଫିଲ୍ମ ମଧ୍ୟରୁ ଗୋଟିଏ ପୁଷ୍ପା ୨ର ଟ୍ରେଲର ବିହାରର ରାଜଧାନୀ ପାଟନାରେ ରିଲିଜ ହୋଇଛି।

ଟ୍ରେଲର ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ଏତେ ସଂଖ୍ୟାରେ ଲୋକ ଏକଜୁଟ ହେବା ଏହା ଦର୍ଶାଇ ଦେଇଛି ଯେ ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କେତେ ଉତ୍ସାହ ରହିଛି। ଟ୍ରେଲରକୁ ଦେଖିଥିବା ଲୋକ ଗୋଟିଏ ଶବ୍ଦରେ ଓ୍ଵାଃ ବୋଲି କହୁଛନ୍ତି।












Click it and Unblock the Notifications