ଏହି ତାରିଖରେ ରିଲିଜ୍ ହେବ Pushpa 2 The Rule
Pushpa 2 Release Date: ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨-ଦ ରୁଲ୍'ର ରିଲିଜ୍ ତାରିଖ ଶେଷରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟ ୨୦୨୪ରେ worldwideର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏନେଇ ନିକଟରେ
ନିର୍ମାତାମାନେ ଏକ ଅଫିସିଆଲ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଯାହା ପରେ ସୋସିଆଲ ମିଡିଆରେ ଚହଳ ସୃଷ୍ଚି ହୋଇଛି ।
ଆଇକନିକ୍ ପୁଷ୍ପା -ଦ ରାଇଜର ସିକ୍ୱେଲର ରିଲିଜ୍ ତାରିଖକୁ ସାରା ଦେଶରେ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । 69ତମ ଜାତୀୟ ପୁରସ୍କାରରେ ପୁଷ୍ପାର ଭୂମିକା ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ଆଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସ 'ପୁଷ୍ପା ୨'ଦେଖିବା ବେଶ୍ ଉତ୍ସାହିତ ଅଛନ୍ତି । ଆଜି ସୋସିଆଲ ମିଡିଆରେ ଟ୍ରେଣ୍ତରେ ରହିଛନ୍ତି ଅଭିନେତା ଆଲ୍ଲୁ ଅର୍ଜୁନ ଏବଂ ତାଙ୍କ ଆଗାମୀ ଫିଲ୍ମ 'ପୁଷ୍ପା ୨' । ତେବେ କେବଳ ଦର୍ଶକ ନୁହଁନ୍ତି, ଟ୍ରେଡ୍ ଜଗତ ମଧ୍ୟ 'ପୁଷ୍ପା ୨'ର ରିଲିଜ୍ ଅପେକ୍ଷାରେ ।

ପୁଷ୍ପା -ଦି ରାଇଜ୍ ବକ୍ସ ଅଫିସରେ ଏକ ଐତିହାସିକ ତରଙ୍ଗ ସୃଷ୍ଟି କରିଥିଲା ଏହି ଫିଲ୍ମ କରୋନା ପରେ ପୁଣି ଦର୍ଶକଙ୍କ ସିନେମା ଘରକୁ ଫେରାଇ ଆଣିଥିଲା । ଏହି ଚଳଚ୍ଚିତ୍ରର ସଂଳାପ, କାହାଣୀ ଏବଂ ଗୀତ ସାରା ବିଶ୍ୱର ଲୋକଙ୍କ ମନ ଜିଣିଥିଲା । ଏହାସହ ଫିଲ୍ମରେ ଚାରଚାନ୍ଦ ଲଗାଇଥିଲା ଆଲ୍ଲୁ ଅର୍ଜୁନଙ୍କ ଅଭିନୟ । ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲେ ଅଭିନେତା ।
ପୁଷ୍ପା ୨-ଦ ରୁଲ୍ ଏକାଧିକ ଭାଷାରେ ସାରା ବିଶ୍ୱରେ ସିନେମା ଘରେ ରିଲିଜ୍ ହେବ । ମେଷ୍ଟ୍ରୋ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମାଇଥ୍ରୁ ମୁଭି ମେକର୍ସଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଆଇକନ୍ ତାରକା ଆଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫହଦ୍ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଜାତୀୟ ପୁରସ୍କାର ବିଜେତା ଦେବୀ ଶ୍ରୀ ପ୍ରସାଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications