ମାଲକାନଗିରିରେ ପୁଷ୍ପା-୨ ଟିମ୍, ଜୁଲାଇରେ ଓଡିଶା ଆସିପାରନ୍ତି ଅଲ୍ଲୁ ଅର୍ଜୁନ
ମାଲକାନଗିରି: ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-2 ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ନୁହେଁ ବରଂ ମାଲକାନଗିରି ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ଏହାର ସୁଟିଂ ହେବ ବୋଲି ଜଣାପଡିଛି ।
ଆଜି ପୁଷ୍ପା -୨ ର ନିର୍ଦ୍ଦେଶକ ସୁମର, ସହାୟକ ନିର୍ଦେଶକ ଏମ. ପ୍ରସାଦ , କ୍ୟାମେରା ମେନ ଓଡିଶା ପାଳୁରୁ ଆସି ସୁଟିଂ ସ୍ଥାନ ପରିଦର୍ଶନ କରିଛନ୍ତି। ଏଥିସହ ପୋଲେରୁ ଗ୍ରାମବାସୀଙ୍କୁ ନେଇ କିଛି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବାର ଜଣାପଡ଼ିଛି । ଆସନ୍ତା ୮ ତାରିଖରୁ ପୋଲେରୁ ଘାଟ ଓ ମୋତେଗୁଡ଼ମ ତାଡ଼କାରେଉ ଠାରେ ପୁଷ୍ପା-୨ର ସୁଟିଂ ଆରମ୍ଭ ହେବ ବୋଲି ମୈତ୍ରୀ ମୁଭି ମେକର ସଂସ୍ଥା ତରଫରୁ କୁହାଯାଇଛି ।

ଏନେଇ ସୁପରଷ୍ଟାର ଅଲୁ ଅର୍ଜୁନ ସେଠାକୁ ଯିବା ସହ ସେଠାରେ ୪ରୁ ୫ ଦିନ ପର୍ଯ୍ୟନ୍ତ ଏଠାରେ ସୁଟିଂ କରାଯିବ ବୋଲି ଜଣାପଡିଛି । ତେବେ ସିନେମାର ସୁଟିଂ ଦେଖିବା ଲାଗି ଏବେ ଠାରୁ ପୋଲେରୁ ଅଞ୍ଚଳରେ ଲୋକ ମାନଙ୍କର ଭିଡ ଜମିବାରେ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ ହନ୍ତୁଳାଗୁଡାରେ ଚେଜିଂ ସିନ୍, ଝୋଡଲା ପୋଲ ଉପରେ ଫାଇଟ ସିନ୍ ହେବା ନେଇ ସ୍ଥିର ହୋଇଛି । ଗୋଟିଏ ଡ୍ରୋନ୍ କ୍ୟାମେରାରେ ଏ ସମସ୍ତ ଅଞ୍ଚଳକୁ ସୁଟିଂ କରି ରଖିଛି ଟିମ୍ । ତେବେ ସ୍ୱାଭିମାନ ଅଞ୍ଚଳର ପରିବେଶ ଫିଲ୍ମର କ୍ରିଉ ମେମ୍ବରଙ୍କୁ ପସନ୍ଦ ଆସିଥିବା କହିଛନ୍ତି ।
ଏପ୍ରିଲ୍ ୭ ତାରିଖରେ ଫିଲ୍ମ 'ପୁଷ୍ପା -୨'ର ପୋଷ୍ଟର ଓ ଟିଜିର ମଧ୍ୟ ରିଲିଜ୍ ହୋଇଛି । ତେବେ, ରିଲିଜ ହୋଇଥିବା ଟିଜର ଆରମ୍ଭରେ ଏହା ଦେଖିବାକୁ ମିଳିଛି ଯେ, ପୁଷ୍ପାକୁ ପୋଲିସର ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଖବର ଆସୁଛି । ତାଙ୍କୁ ଆଠଟି ଗୁଳି ମିଳିଥିବା କୁହାଯାଉଛି। ଯେଉଁମାନଙ୍କ ପାଇଁ ସେ ମହାନ ଥିଲା, ସେମାନେ ଏହି ଖବର ପାଇ ହିଂସା ସୃଷ୍ଟ କରୁଛନ୍ତି । କିନ୍ତୁ ଦିନେ ଏକ ଫୁଟେଜ୍ ଆସୁଛି । ଯେଉଁଥିରେ ବାଘ ଆଗକୁ ଯାଉଥିବା ବେଳେ ହଠାତ୍ ଅଟକି ଯାଇ ଦୁଇ ପାଦ ପଛକୁ ଚାଲି ଯାଉଛି । ଏହି ସମୟରେ 'ପୁଷ୍ପା' ଏଣ୍ଟ୍ରି ମାରିବାର ଦୃଶ୍ୟ ବଣରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ ଦେଖାଯାଇଛି ।
ଉଲ୍ଲେଖଥାଉ କି, ବକ୍ସ ଅଫିସରେ ପୁଷ୍ପାର ପାର୍ଟ ୱାନ ୩୫୦ କୋଟିରୁ ଅଧିକ କଲେକ୍ସନ କରିଛି । ଆଉ ସୁଟିଂ ପାଇଁ ଅପେକ୍ଷାରେ ଥିବା ପୁଷ୍ପା ୨ ଯେମିତି ପୂର୍ବ ଅପେକ୍ଷା ଅଧିକ ବକ୍ସ ଅଫିସରେ ସଫଳ ହେବ ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।












Click it and Unblock the Notifications