Pushpa 2 Stampede Case: ଡାକ୍ତରଖାନାରେ ଆହତ ନାବାଳକକୁ ଭେଟିଲେ ଆଲ୍ଲୁ ଅର୍ଜୁନ
Pushpa 2 Stampede Case: ପୁଷ୍ପା-2 ପ୍ରିମିୟର ବେଳେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଶିଶୁଟିର ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳବାର ଦିନ ଆହତ ନାବାଳକ ଶ୍ରୀତେଜାଙ୍କୁ ଡାକ୍ତରଖାନାରେ ଭେଟିବା ପାଇଁ ପହଞ୍ଚିଛନ୍ତି ଆଲ୍ଲୁ ଅର୍ଜୁନ ।
VIDEO | Hyderabad: Actor Allu Arjun arrives at KIMS Hospital to meet Sritej, who was injured in Sandhya theater stampede incident.
(Full video available on PTI Videos - https://t.co/n147TvrpG7) pic.twitter.com/X0fvUh0qXw
— Press Trust of India (@PTI_News) January 7, 2025
ଅଭିନେତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ତାଙ୍କୁ ଡାକ୍ତରଖାନାରୁ ବାହାରକୁ ଆସୁଥିବାର ଦେଖିବା ପାଇଁ ମିଳୁଛି । ଅଭିନେତାଙ୍କ ଲୁକରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ନିଜ ହେୟାର ଷ୍ଟାଇଲ୍ ପରିବର୍ତ୍ତନ କରିଛନ୍ତି । ସେ ତାଙ୍କର ଲମ୍ବା କେଶକୁ ଛୋଟ ଛୋଟ କାଟିଥିବାର ଦେଖିବା ପାଇଁ ମିଳୁଛି ।

ଡିସେମ୍ବର 4 ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ 'ପୁଷ୍ପା ୨'ର ପ୍ରିମିୟର ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ମୃତ ମହିଳାଙ୍କ ପିଲା ଆହତ ହୋଇଥିଲେ। ଆହତ ଶିଶୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ଯାହାଙ୍କୁ ଅଭିନେତା ମଙ୍ଗଳବାର ଦିନ ସାକ୍ଷାତ କରି ତାଙ୍କ ସୁସ୍ଥତା ବିଷୟରେ ପଚାରି ବୁଝିଛନ୍ତି ।ଆହତ ଶିଶୁର ବାପା ନିକଟରେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି।












Click it and Unblock the Notifications