ଆଲ୍ଲୁ ଅର୍ଜୁନଙ୍କୁ ମାରାଥନ ଜେରା, ୪ ଘଣ୍ଟା ଧରି ହେଲା ପଚରାଉଚରା
Pushpa 2 Stampede Case: ସାଉଥ୍ ସୁପରଷ୍ଟାର୍ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-2କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା, ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ବ୍ରେକ୍ କରିଛି । ହେଲେ ଅନ୍ୟପଟେ ସାଉଥ୍ ସୁପରଷ୍ଟାରଙ୍କ ପିଛା ଛାଡୁ ନାହିଁ ବିବାଦ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳଚକଟା ମାମଲାରେ ଆଲ୍ଲୁ ଅର୍ଜୁନଙ୍କୁ ଆଜି 4 ଘଣ୍ଟା କାରଣ ଜେରା କରିଛି ହାଇଦ୍ରାବାଦ ପୋଲିସ ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 23 ଡିସେମ୍ବର 2024 ରେ ହାଇଦ୍ରାବାଦ ପୋଲିସ ଅଭିନେତାଙ୍କୁ ଏକ ସମନ ଜାରି କରିଥିଲା । ଯେଉଁଥିରେ ଆଜି ଅର୍ଥାତ୍ ଡିସେମ୍ବର 4ରେ ହାଜର ହେବା ପାଇଁ କୁହାଯାଇଥିଲା । ଥିଏଟରରେ ଘଟିଥିବା ଦଳଚକଟା ମାମଲାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଅଭିନେତାଙ୍କୁ ପୁଣିଥରେ ଚିକକଡପାଲି ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆଲ୍ଲୁ ଅର୍ଜୁନ ଆଜି ହାଇଦ୍ରାବାଦର ଉକ୍ତ ପୋଲିସ ଷ୍ଟେସନରେ ହାଜର ହୋଇଥିଲେ । 24 ଡିସେମ୍ବର 2024 ସକାଳ 11 ଟା ସମୟରେ ତାଙ୍କୁ ପଚରାଉଚରା ଆରମ୍ଭ କରାଯାଇଥିଲା । ଦୀର୍ଘ 4 ଘଣ୍ଟା କାଳ ପଚରାଉଚରା ପରେ ଅଭିନେତା ନିଜ ଘରକୁ ଫେରିଛନ୍ତି । ଏହି ମାମଲାରେ ପୂର୍ବରୁ ଆଲ୍ଲୁ ଅର୍ଜୁନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ତାଙ୍କୁ ଜାମିନରେ ମୁକ୍ତ କରାଯାଇଛି। ଏହି ଡାକରା ପରେ ଅଲୁ ଅର୍ଜୁନ ହାଇଦ୍ରାବାଦ ପୋଲିସ ନିକଟରେ ହାଜର ହୋଇଥିଲେ।
#WATCH | Hyderabad, Telangana: White sheets put up at the entrance of the residence of Actor Allu Arjun in Jubilee Hills.
Allu Arjun has currently appeared before Hyderabad police at Chikkadpally police station in connection with the Sandhya theatre incident. pic.twitter.com/sPc3kVqdaK
— ANI (@ANI) December 24, 2024
ଫିଲ୍ମ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଡିସେମ୍ବର 24, 2024 ରେ ଫିଲ୍ମ 'ପୁଷ୍ପା ୨-'ର ପେଡ୍ ସ୍କ୍ରିନିଂ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥି ପାଇଁ ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ।
ତେବେ ଏହି ଘଟଣାକୁ କେନ୍ଦ୍ର କରି ଅଭିନେତାଙ୍କ ଘର ଉପରେ ପଥର ମାଡ଼ ମଧ୍ୟ କରାଯାଇଥିଲା । ଯେଉଁଥି ପାଇଁ 6 ଜଣଙ୍କୁ ଗିରଫ କରାଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ବେଲ୍ ମିଳିଯାଇଥିଲା ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications