ମାଲକାନଗିରି ଜଙ୍ଗଲରେ ପୁଷ୍ପାରାଜ: ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ର ସୁଟିଂ
ମାଲକାନଗିରି: ଏଥର ମାଲକାନଗିରି ଜଙ୍ଗଲରେ ଚାଲିବ ପୁଷ୍ପାରାଜର ରାଜୁତି । ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଦମଦାର ଫିଲ୍ମ ପୁଷ୍ପା-୨ର ଶୁଟିଂ । ଆଜ୍ଞା ହଁ, ଏଥର ସ୍ୱାଭିମାନ ଅଞ୍ଚଳର ସୁନ୍ଦର ଝଲକ ଦେଖିବା ପାଇଁ ମିଳିବ ସାଉଥ୍ ଫିଲ୍ମରେ । ପୁରା ବିଶ୍ୱ ଦେଖିବ ମାଲକାନଗିରି ଜଙ୍ଗଲର ସୁନ୍ଦରତା ।
ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ତଥା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ତରାବୁରେ ଆରମ୍ଭ ହୋଇଯାଇଛି ପୁଷ୍ପା ପାର୍ଟ-୨ ସୁଟିଂ । ମଙ୍ଗଳବାର ଦିନ ପୁଷ୍ମା ନିର୍ଦ୍ଦେଶକଙ୍କ ସହ ପୁରା ଟିମ୍ ତରାବୁ ଜଳ ପ୍ରପାତରେ ସୁଟିଂ କରୁଥିବାର ଦେଖିବା ପାଇଁ ମିଳିଥିଲା । ଯାହାର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁପରଷ୍ଟାରଙ୍କୁ ନିଜ ଅଞ୍ଚଳରେ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ମଧ୍ୟ ଜମିଛି ।

ସୂଚନାଥାଉ ଯେ, ଫିଲ୍ମର ଶୁଟିଂ ପାଇଁ ପ୍ରସ୍ତୁତ କରାଯାଇଛି ଏକ ଅସ୍ଥାୟୀ ସେଟ୍ ସେହିପରି ଷ୍ଟାରକାଷ୍ଟ ଓ କ୍ରୁ ମେମ୍ବରଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଜଙ୍ଗଲରେ ସୁପରଷ୍ଚାର ଆଲ୍ଲୁ ଅର୍ଜୁନଙ୍କ ସହ ଅନ୍ୟ ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ।
ସୂଚନାଥାଉ ଯେ, ନିକଟରେ ପୁଷ୍ପା-୨ର ଟ୍ରେଲର ଓ ଟିଜର ରିଲିଜ୍ ହୋଇସାରିଛି । ଯାହାକୁ ଦେଖିବା ପରେ ଏବେ ଫ୍ୟାନ୍ସ ଉତ୍ସାହର ସହ ଏହି ଫିଲ୍ମର ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି ।












Click it and Unblock the Notifications