ରିଲିଜ୍ ହେଲା 'Pushpa 2'ର ଦ୍ୱିତୀୟ ଗୀତ, ସୋସିଆଲ ମିଡିଆରେ କଲା ଟ୍ରେଣ୍ତ
Pushpa 2 New Song Out: ଦକ୍ଷିଣର ପ୍ରସିଦ୍ଧ ଅଭିନେତା ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨- ଦ ରୁଲର୍' ପାଇଁ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି । ଲୋକମାନେ ତାଙ୍କ ଫିଲ୍ମ ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଗୀତ 'Angaaron' ମୁକ୍ତିଲାଭ କରିଛି। ଯାହା ବର୍ତ୍ତମାନ ମନୋରଞ୍ଜନ ଜଗତରେ ଚହଳ ସୃଷ୍ଟି କରିଛି । ରଶ୍ମିକା ଏବଂ ଆଲ୍ଲୁ ଅର୍ଜୁନଙ୍କ ଯୋଡି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।

ଫିଲ୍ମ 'ପୁଷ୍ପା ୨'ର ନୂଆ ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଲୋକମାନେ ଏହି ଗୀତକୁ ବହୁତ ପସନ୍ଦ କରୁଛନ୍ତି । ଏହି ଗୀତଟି ଫିଲ୍ମ ପ୍ରତି ଲୋକଙ୍କ ଉତ୍ସାହକୁ ମଧ୍ୟ ବଢାଇ ଦେଇଛି । 29 ମେ 2024ରେ, ରଶ୍ମିକା ମନ୍ଦନାଙ୍କ ଏହି ଗୀତ ଏବଂ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2' ୟୁଟ୍ୟୁବରେ ମୁକ୍ତିଲାଭ କରିଛି ଏବଂ ଏହା ଇଣ୍ଟରନେଟରେ ଆଲୋଡ଼ନ ସୃଷ୍ଟି କରିଛି।
ଏହି ଗୀତଟିକୁ ବଲିଉଡର ପ୍ରସିଦ୍ଧ ଗାୟକ ଶ୍ରେୟା ଘୋଷାଲ ଗାଇଛନ୍ତି, ଏହି ଗୀତକୁ ବେଶ୍ ପ୍ରଶଂସା କରାଯାଉଛି । ଏହି ଗୀତର ମୁକ୍ତିଲାଭକୁ ନେଇ ଫିଲ୍ମ ନିର୍ମାତା ଏକ ବଡ ଘୋଷଣା କରିଛନ୍ତି। ନିର୍ମାତାମାନେ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ସେୟାର କରିଛନ୍ତି । ଏହି ପୋଷ୍ଟରେ #CoupleSong # Pushpa2SecondSingle ହ୍ୟାସଟ୍ୟାଗ୍ ମଧ୍ୟ ଦିଆଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ।
କିଛି ଦିନ ପୂର୍ବରୁ ଫିଲ୍ମର ଟାଇଟଲ୍ ଟ୍ରାକ୍ ରିଲିଜ୍ ହୋଇଥିଲା ଯେଉଁଥିରେ ଆଲ୍ଲୁ ଅର୍ଜୁନଙ୍କ ଜଣେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଗୁଣ୍ତା ପର୍ଯ୍ୟନ୍ତ ଯାତ୍ରା ଦେଖିବାକୁ ମିଳିଥିଲା । ଏଥିରେ ଅଭିନେତାଙ୍କ ଲୁକକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଅଭିନେତା ନିଆରା ଲୁକ ଦର୍ଶକଙ୍କୁ ଇମପ୍ରେସ୍ କରିଥିଲା ।












Click it and Unblock the Notifications