ପୁଷ୍ପା- 2'ରେ ଏପରି ଅନ୍ଦାଜରେ ନଜର ଆସିବେ ଆଲୁ ଅର୍ଜୁନ
Pushpa 2 New Poster Out: ପ୍ରଶଂସକମାନେ ପୁଷ୍ପାର ପାର୍ଟ 2କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଖୁବ୍ ଶୀଘ୍ର ଏହି ଅପେକ୍ଷା ଶେଷ ହେବାକୁ ଯାଉଛି । ପୁଷ୍ପା-ଦୁ ରୁଲର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ପୁଷ୍ପା- ଦ ରାଇଜ୍ ର ସଫଳତା ପରେ ଏହାର ସିକ୍ୱେଲ ମଧ୍ୟ ଖୁବ୍ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି ।
ଧମାକେଦାର ଆକ୍ସନ, ଡ୍ରାମାର ଝଲକ ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ । ବର୍ତ୍ତମାନ ଏହି ସିନେମାର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଆଲୁ ଅର୍ଜୁନଙ୍କ ଲୁକକୁ ବେଶ୍ ପସନ୍ଦ କରୁଛନ୍ତି ।

ପୁଷ୍ପା - ଦ ରୁଲର ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଫିଲ୍ମର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ମାତାମାନେ ପୁଷ୍ପା - ଦ ରୁଲର ଏକ ନୂତନ ପୋଷ୍ଟର ପ୍ରକାଶ କରିଛନ୍ତି। ଏହି ନୂତନ ପୋଷ୍ଟର ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି ।
ପୁଷ୍ପା - ଦ ରୁଲର ନୂଆ ପୋଷ୍ଟରରେ ଆଲୁ ଅର୍ଜୁନ ଏବଂ ଫହାଦ୍ ଫାସିଲଙ୍କୁ ମୁହାଁମୁହିଁ ହୋଇଥିବାର ଦେଖିବା ପାଇଁ ମିଳୁଛି । ଏଥିରେ ଆଲ୍ଲୁ ଅର୍ଜୁନ ଖୁବ୍ ରାଗରେ ଥିବା ପରି ଦେଖା ଯାଉଛନ୍ତି । ଫହାଦ୍ ଫାସିଲଙ୍କୁ ଏଥିରେ ଏକ ଭିଲେନ୍ ଅବତାରରେ ଦେଖିବାକୁ ମିଳୁଛି । ପୁଷ୍ପା 2 ଦ ରୁଲର ରିଲିଜ୍ ହେବା ପାଇଁ ଆଉ ଗୋଟିଏ ମାସ ବାକି ଅଛି । ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲରକୁ ଅପେକ୍ଷା ।












Click it and Unblock the Notifications