ଦ୍ୱିତୀୟ ଦିନରେ ୨୨୫ କୋଟିର ବ୍ୟବସାୟ କଲା ପୁଷ୍ପା-୨ !
Pushpa 2 Day 2 Collection: ସୋସିଆଲ ମିଡିଆରେ ଲଗାତାର ଟ୍ରେଣ୍ତ କରୁଛି ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ । ଗୁରୁବାର ରିଲିଜ୍ ହୋଇଥିବା ଏହି ଫିଲ୍ମ ଭଲ ଆୟ କରୁଛି । ଆଗକୁ ଶନିବାର ଓ ରବିବାର ପଡୁଥିବାରୁ ଫିଲ୍ମଟି ଆହୁରି ଭଲ ବ୍ୟବସାୟ କରିବ ବୋଲି ମେକର୍ସଙ୍କ ଆଶା ରହିଛି । ଫିଲ୍ମରେ ଆଲ୍ଲୁ ଅର୍ଜୁନ-ରଶ୍ମିକା ଲଭ୍ କମେଷ୍ଟ୍ରୀ ସିନେମାରେ ଚାର ଚାନ୍ଦ ଲଗାଇଛି ।
ଏହି ଚଳଚ୍ଚିତ୍ରଟି 5 ଡିସେମ୍ବର 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଯାହା ପରଠୁ ଏହାର କ୍ରେଜ୍ କମିବାର ନାଁ ନେଉ ନାହିଁ । ରିପୋର୍ଟ ଅନୁଯାୟୀ, ଫିଲ୍ମ 'ପୁଷ୍ପା 2' ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଭାଷାରେ ପ୍ରଥମ ଦିନରେ 168.3 କୋଟି ଟଙ୍କା ଆୟ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ 'ପୁଷ୍ପା 2' ରିଲିଜ୍ ହେବାର ଦ୍ୱିତୀୟ ଦିନରେ ଅର୍ଥାତ୍ 6 ଡିସେମ୍ବର 2024 ଶୁକ୍ରବାରରେ ଦିନ ପ୍ରାୟ 51 କୋଟି ଟଙ୍କା ଆୟ କରିଛି। ଏଭଳି ପରିସ୍ଥିତିରେ ଫିଲ୍ମର ମୋଟ ଆୟ 2 ଦିନରେ 225 କୋଟିରୁ ଅଧିକ ହୋଇସାରିଲାଣି । ଆଗକୁ ୱିକେଣ୍ତ ରହିଛି ଯାହା ପୁରା ଫାଇଦା ଏହି ଫିଲ୍ମ ଉଠାଇବ ।
'ପୁଷ୍ପା ୨' ଦର୍ଶକଙ୍କ ଜବରଦସ୍ତ ଭଲପାଇବା ସାଉଁଟୁଛି । ପ୍ରାୟ 500 କୋଟି ଟଙ୍କା ବଜେଟରେ ନିର୍ମିତ 'ପୁଷ୍ପା 2'ଦୁଇ ଦିନରେ ପ୍ରାୟ 225 କୋଟିର ବ୍ୟବସାୟ କରିସାରିଲାଣି । ଅନେକ ଲୋକ ବର୍ତ୍ତମାନ ଦାହି କରୁଛନ୍ତି ଏହି ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ଆଲ୍ଲୁ ଅର୍ଜୁନଙ୍କୁ ଜାତୀୟ ପୁରସ୍କାର ମିଳିବା ଉଚିତ୍ ।












Click it and Unblock the Notifications