ହିନ୍ଦୀ ଦର୍ଶକଙ୍କ ମନ ଜିଣିଲା ପୁଷ୍ପା-2, ଭାଙ୍ଗିଲା ସ୍ତ୍ରୀ-2ର ରେକର୍ଡ
Pushpa 2 BO Collection In Hindi: ବକ୍ସ ଅଫିସରେ ଆଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଅଭିନୀତ 'ପୁଷ୍ପା ୨- ଦ ରୁଲ୍' ବକ୍ସଅଫିସରେ ନିୟ କ୍ରେଜ୍ ବଜାୟ ରଖିଛି । ରିଲିଜ୍ ହେବାର ଦ୍ୱିତୀୟ ସପ୍ତାହରେ ମଧ୍ୟ ଏହି ଚଳଚ୍ଚିତ୍ର ଭଲ ବ୍ୟବସାୟ କରୁଛି । ବିଶେଷକରି ହିନ୍ଦୀ ବେଲ୍ଟରେ ପୁଷ୍ପା ୨- ଇତିହାସ ରଚିଛି । ଏହି ଚଳଚ୍ଚିତ୍ରଟି 13 ତମ ଦିନରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି ଏବଂ ଶାହାରୁଖ ଖାନଙ୍କ ପଠାନ, ଯବାନ ସମେତ ଅନେକ ଚଳଚ୍ଚିତ୍ରର ଆଜୀବନ ଆୟକୁ ବ୍ରେକ୍ କରିଛି ।

'ପଠାନ' ହିନ୍ଦୀରେ 524 କୋଟି ଟଙ୍କା ବ୍ୟବସାୟ କରିଥିଲା । ମାତ୍ର କିଛି ମାସ ମଧ୍ୟରେ ଆଟଲେଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଚଳଚ୍ଚିତ୍ର ଜାୱାନ 'ପଠାନ୍' ରେକର୍ଡ ଭାଙ୍ଗି 582.31 କୋଟି ଟଙ୍କା ଆୟ କରିଥିଲା । ହେଲେ ଏହାର ରେକର୍ଡ ବ୍ରେକ୍ କରିଥିଲା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ସ୍ତ୍ରୀ- 2 ଯାହା 597.99 କୋଟି ଟଙ୍କାର ବ୍ୟବସାୟ କରିଥିଲା ।












Click it and Unblock the Notifications