Pushpa 2: ୧୨ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଟିକେଟ୍ ହେଲା ବିକ୍ରି
Pushpa 2 Advance Booking: ରିଲିଜ୍ ପୂର୍ବରୁ ରେକର୍ଡ କଲା ପୁଷ୍ପା-୨ । ୧୨ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଟିକେଟ୍ ହେଲାଣି ବିକ୍ରି ସେହିପରି ଦିଲ୍ଲୀରେ ଟିକେଟ୍ ଦର ୨ ହଜାର ଟଙ୍କା ରହିଥିବା ବେଳେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୪୦୦ ଶହ ଟଙ୍କା ଉପରେ ସିଙ୍ଗଲ୍ ସ୍କ୍ରିନ୍ ଟିକେଟ୍ ଦର ରହିଛି । ଟିକେଟ୍ ଦରକୁ ନେଇ ତେଲେଙ୍ଗାନା ସରକାର ଜାରି କଲେ ନିର୍ଦ୍ଦେଶ ।
ଆଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ୨ ର ବର୍ତ୍ତମାନ ସବୁଠି ଚର୍ଚ୍ଚା । ବର୍ତ୍ତମାନ କେବଳ ଫିଲ୍ମର ରିଲିଜକୁ ରହିଛି ଅପେକ୍ଷା । ଏହି ଚଳଚ୍ଚିତ୍ରଟି ଡିସେମ୍ବର ୫ ରେ ମୁକ୍ତିଲାଭ କରିବାକୁ ଯାଉଛି। ହେଲେ ରିଲିଜ୍ ପୂର୍ବରୁ ସିନେମାଟି ବକ୍ସ ଅଫିସରେ ରେକର୍ଡ ବ୍ରେକ୍ ଆୟ କରୁଛି । ଫିଲ୍ମଟି ଓପିଂ ଡେ'ରେ ୩୦ କୋଟି ଟଙ୍କା ଆୟ କରିଛି ।

ରିପୋର୍ଟ ଅନୁଯାୟୀ ତେଲୁଗୁ ଭାଷାରେ ଏପର୍ଯ୍ୟନ୍ତ ଫିଲ୍ମର ଆଡଭାନ୍ସ ବୁକିଂ ୧୦.୨୮ କୋଟି ଟଙ୍କାର ହୋଇଛି । ସେହିପରି ହିନ୍ଦୀ ଭାଷାରେ ୭.୪୫ କୋଟି ଟଙ୍କା ମାଲାୟାଲମ୍ ଭାଷାରେ ୪୬.୬୯ ଲକ୍ଷ ଟଙ୍କାର ଆଡଭାନ୍ସ ବୁକିଂ ହୋଇଛି । ଏହି ଚଳଚ୍ଚିତ୍ର ତେଲେଙ୍ଗାନାରେ ମଧ୍ୟ ବହୁତ ରୋଜଗାର କରିଛି। ଟିକେଟ୍ ବିକ୍ରି ୬.୭୬ କୋଟିରେ ପହଞ୍ଚିଛି ଏବଂ ଅବରୋଧିତ ସିଟ୍ ସହିତ ୯.୩୮ କୋଟିରେ ପହଞ୍ଚିଛି। ଏହି ରୋଜଗାର କର୍ଣ୍ଣାଟକରେ ୩.୧୫ କୋଟି, ମହାରାଷ୍ଟ୍ରରେ ୨.୬୪ କୋଟି ଟଙ୍କା, ସାରା ଦେଶରେ ଫିଲ୍ମଟି ରିଲିଜ୍ ପୂର୍ବରୁ ୩୦.୮୮ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି ।
ରିପୋର୍ଟ ଅନୁସାରେ, ପୁଷ୍ପା-୨ ର ବଜେଟ୍ ୪୦୦ କୋଟି ଟଙ୍କା ରହିଛି । ଚଳଚ୍ଚିତ୍ରକୁ ପାଇଁ ଲୋକଙ୍କ କ୍ରେଜକୁ ଦେଖି ଲାଗୁଛି ମାତ୍ର ଏକ ସପ୍ତାହ ମଧ୍ୟରେ ସିନେମାଟି ୪ ଶହ ଟଙ୍କାରୁ ଅଧିକ ରୋଜଗାର କରିବାରେ ସଫଳ ହେବ । ଏହି ଫିଲ୍ମରେ ପୁଣି ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ରୋମାନ୍ସର ଝଲକ ଦେଖିବା ପାଇଁ ମିଳିବ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications