Get Updates
Get notified of breaking news, exclusive insights, and must-see stories!

ସାରା ଦେଶରେ କୃଷକ ଆନ୍ଦୋଳନ ଜାରି ରହିଛି, ସମର୍ଥନ କଲେ ଏହି ପଞ୍ଜାବୀ ଗାୟକ

Punjabi Singer Guru Randhawa: ସାରା ଦେଶରେ କୃଷକ ଆନ୍ଦୋଳନ ଜାରି ରହିଛି । ଚାଷୀମାନେ ସେମାନଙ୍କ ଦାବି ନେଇ ପୁଣି ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। ବର୍ତ୍ତମାନ ଅନେକ ସେଲିବ୍ରିଟି ସେମାନଙ୍କ ସମର୍ଥନରେ ବାହାରିଛନ୍ତି । ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱା ମଧ୍ୟ ଚାଷୀଙ୍କ ସମର୍ଥନରେ ଆସିଛନ୍ତି। ସେ ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଲେଖିଛନ୍ତି ସରକାର କୃଷକଙ୍କ ସହ ଆଲୋଚନା କରିବା ଉଚିତ ଯାହା ଦ୍ୱାରା କୃଷକଙ୍କ ଆନ୍ଦୋଳନ ଶେଷ ହୋଇ ପାରିବ ।

Punjabi singer Guru Randhawa

ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖିବା ପାଇଁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ବର୍ତ୍ତମାନ ସେ କୃଷକଙ୍କ ବିଷୟରେ ସ୍ୱର ଉତ୍ତୋଳନ କରିଛନ୍ତି। ତାଙ୍କର ଏହି ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ହେଲେ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱା ସୋସିଆଲ ମିଡିଆରୁ ତାଙ୍କର ସମସ୍ତ ପୋଷ୍ଟ ହଟାଇ ଦେଇଛନ୍ତି। ବର୍ତ୍ତମାନ ତାଙ୍କ ଆକାଉଣ୍ଟରେ କେବଳ ଗୋଟିଏ ପୋଷ୍ଟ ଅଛି ଏବଂ ତାହା ହେଉଛି ତାଙ୍କର ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର । ଏହି ଚଳଚ୍ଚିତ୍ରର ନାମ ହେଉଛି ଶଙ୍କର ସର୍ଦ୍ଦାର । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମେ ମାସରେ ମୁକ୍ତିଲାଭ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+