ବକ୍ସ ଅଫିସରେ ଧମାଲ୍ କରୁଛି 'PS-1', ଓପନିଂ ଡେରେ ଭାଙ୍ଗିଲା ରେକର୍ଡ

ବକ୍ସ ଅଫିସରେ ଧମାଲ୍ କରୁଛି 'PS-1', ଓପନିଂ ଡେରେ ଭାଙ୍ଗିଲା ରେକର୍ଡ

Ponniyin Selvan 1: ମଣି ରତ୍ନାମଙ୍କ ନିର୍ଦ୍ଦେଶିତ ତାମିଲ ଐତିହାସିକ ଉପନ୍ୟାସ 'ପୋନ୍ନିୟନ ସେଲଭନ-୧' ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ 150 କୋଟି ମାର୍କ ଅତିକ୍ରମ କରିଛି । ଏହି ଚଳଚ୍ଚିତ୍ରଟି 30 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିଲା ।

Ponniyin Selvan 1
ଚଳଚ୍ଚିତ୍ରଟି ରିଲିଜ୍ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ 80 କୋଟି ଟଙ୍କା ରୋଜଗାର କରିଥିଲା ​​ । ଏଥି ସହିତ ଫିଲ୍ମ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ସାମାନ୍ୟ ହ୍ରାସ ସହିତ ପ୍ରାୟ 70 କୋଟି ରୋଜଗାର କରିଛି । ଚଳଚ୍ଚିତ୍ର ନିର୍ମାତାମାନେ ଅକ୍ଟୋବର 1ରେ ଏକ ଘୋଷଣା କରିଥିଲେ ଯେ ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନ 80 ଟଙ୍କା ରୋଜଗାର କରିଛି । ବର୍ତ୍ତମାନ ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ସାରା ବିଶ୍ୱରେ 150 କୋଟି ଟଙ୍କା ରୋଜଗାର କରିଛି । ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ପ୍ରତିକ୍ରିୟା ବହୁତ ସକାରାତ୍ମକ ରହିଛି । ଆଶା କରାଯାଉଛି ଆଗକୁ ମଧ୍ୟ ଏହି ସିନେମାଟି ଭଲ ଆୟ କରିବ । ଏହି ବର୍ଷ ତାମିଲ ଚଳଚ୍ଚିତ୍ର ମଧ୍ୟରୁ 'ପୋନ୍ନିୟନ ସେଲଭନ-୧' ବର୍ଷର ସବୁଠୁ ବଡ ଓପନିଂ ଫିଲ୍ମ ହୋଇପାରିଛି । ଏହି ଫିଲ୍ମରେ ବିକ୍ରମ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ତ୍ରିଶା, କାର୍ତ୍ତି, ଜୟମ, ରବି, ଜୟରାମ, ପାର୍ଥିବନ, ପ୍ରକାଶ ରାଜଙ୍କ ଭଳି କଳାକାର ନଜର ଆସୁଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+