ତିନି ଦିନରେ ୨୦୦ କୋଟିରୁ ଅଧିକ ଆୟ କଲା 'ପୋନ୍ନିୟନ ସେଲଭନ'

ତିନି ଦିନରେ ୨୦୦ କୋଟିରୁ ଅଧିକ ଆୟ କଲା 'ପୋନ୍ନିୟନ ସେଲଭନ'ତିନି ଦିନରେ ୨୦୦ କୋଟିରୁ ଅଧିକ ଆୟ କଲା 'ପୋନ୍ନିୟନ ସେଲଭନ'

ମୁମ୍ବାଇ: ମଣି ରତ୍ନାମଙ୍କ ନିର୍ଦ୍ଦେଶିତ 'ପୋନ୍ନିୟନ ସେଲଭନ' ପ୍ରଥମ ସପ୍ତାହ ଶେଷରେ ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଏହି ଫିଲ୍ମ ଏ ପର୍ଯ୍ୟନ୍ତ ପ୍ରାୟ 114 କୋଟି ଟଙ୍କା ରୋଜଗାର କରିଛି। ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ 2.0 ପରେ ଏ ପର୍ଯ୍ୟନ୍ତର ଦ୍ୱିତୀୟ ସର୍ବାଧିକ ଓପନିଂ ୱିକେଣ୍ଡ୍ ହାସଲ କରିଥିବା ଫିଲ୍ମ ହେଉଛି 'ପୋନ୍ନିୟନ ସେଲଭନ'। ଏହି ଚଳଚ୍ଚିତ୍ରଟି ହିନ୍ଦୀ ଏବଂ ତେଲୁଗୁ ସଂସ୍କରଣରେ ବହୁ ସଂଖ୍ୟାରେ ପ୍ରଦର୍ଶନ କରିଥିବାବେଳେ PS-1 ତାମିଲରେ ମଧ୍ୟ ଏହା ବଡ ବ୍ୟବସାୟ କରିଛି । ଯଦି କେବଳ ତାମିଲ ସଂସ୍କରଣକୁ ବିଚାର କରାଯାଏ, ତେବେ ଚଳଚ୍ଚିତ୍ରର ପ୍ରଥମ ସପ୍ତାହ ଶେଷରେ 'ବିକ୍ରମ' ପରି ଫିଲ୍ମକୁ ପଛରେ ପକାଇଛି । ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁକେ ପରି ଦେଶର ବକ୍ସଅଫିସରେ ମଧ୍ୟ 'ପୋନ୍ନିୟନ ସେଲଭନ-୧' ଧୂଆଁଧାର ବ୍ୟବସାୟ କରୁଛି ।

 Ponniyin Selvan 1

ଭାରତୀୟ ବକ୍ସ ଅଫିସ୍ ଆୟ

ଶୁକ୍ରବାର - 39 କୋଟି
ଶନିବାର - 36 କୋଟି
ରବିବାର - 39 କୋଟି
ସମୁଦାୟ - 114 କୋଟି

ବିଶ୍ୱ ବ୍ୟାପୀ ସଂଗ୍ରହ
'ପୋନ୍ନିୟନ ସେଲଭନ' କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱର ବକ୍ସ ଅଫିସରେ ଧମାଲ ଦେଖାଉଛି । ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ 230 କୋଟି ରୋଜଗାର କରିଛି । ରିଲିଜ ହେବାର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି ମୋଟ 80 କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ଦ୍ୱିତୀୟରେ ସାମାନ୍ୟ ହ୍ରାସ ପାଇ ଫିଲ୍ମ 70 କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନରେ ଏହି ଫିଲ୍ମ ପ୍ରାୟ 80 କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ରଟି 30 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​ ଏବଂ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିଲା ​​।

ଫିଲ୍ମରେ ଦମଦାର ଷ୍ଟାରକାଷ୍ଟଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ଏହି ଫିଲ୍ମରେ ବିକ୍ରମ, ଐଶ୍ଵର୍ଯା ରାୟ ବଚ୍ଚନ, କାର୍ଥୀ, ଜୟମ ରବି, ତ୍ରିଶାଙ୍କ ପରି ବଡ ନାମ ସାମିଲ ଅଛି । ଭାରତୀୟ ଇତିହାସରେ ସବୁଠୁ ପରାକ୍ରମଶାଳୀ ସାମ୍ରାଜ୍ୟ ମଧ୍ୟରୁ ଏକ ଚୋଳ ସାମାଜ୍ର୍ୟ ଉପରେ ଆଧାରିତ ଏହି ଫିଲ୍ମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+