For Quick Alerts
Turn On Notification  
For Daily Alerts
Oneindia App Download

ତିନି ଦିନରେ ୨୦୦ କୋଟିରୁ ଅଧିକ ଆୟ କଲା 'ପୋନ୍ନିୟନ ସେଲଭନ'

ତିନି ଦିନରେ ୨୦୦ କୋଟିରୁ ଅଧିକ ଆୟ କଲା 'ପୋନ୍ନିୟନ ସେଲଭନ'ତିନି ଦିନରେ ୨୦୦ କୋଟିରୁ ଅଧିକ ଆୟ କଲା 'ପୋନ୍ନିୟନ ସେଲଭନ'

|

ମୁମ୍ବାଇ: ମଣି ରତ୍ନାମଙ୍କ ନିର୍ଦ୍ଦେଶିତ 'ପୋନ୍ନିୟନ ସେଲଭନ' ପ୍ରଥମ ସପ୍ତାହ ଶେଷରେ ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଏହି ଫିଲ୍ମ ଏ ପର୍ଯ୍ୟନ୍ତ ପ୍ରାୟ 114 କୋଟି ଟଙ୍କା ରୋଜଗାର କରିଛି। ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ 2.0 ପରେ ଏ ପର୍ଯ୍ୟନ୍ତର ଦ୍ୱିତୀୟ ସର୍ବାଧିକ ଓପନିଂ ୱିକେଣ୍ଡ୍ ହାସଲ କରିଥିବା ଫିଲ୍ମ ହେଉଛି 'ପୋନ୍ନିୟନ ସେଲଭନ'। ଏହି ଚଳଚ୍ଚିତ୍ରଟି ହିନ୍ଦୀ ଏବଂ ତେଲୁଗୁ ସଂସ୍କରଣରେ ବହୁ ସଂଖ୍ୟାରେ ପ୍ରଦର୍ଶନ କରିଥିବାବେଳେ PS-1 ତାମିଲରେ ମଧ୍ୟ ଏହା ବଡ ବ୍ୟବସାୟ କରିଛି । ଯଦି କେବଳ ତାମିଲ ସଂସ୍କରଣକୁ ବିଚାର କରାଯାଏ, ତେବେ ଚଳଚ୍ଚିତ୍ରର ପ୍ରଥମ ସପ୍ତାହ ଶେଷରେ 'ବିକ୍ରମ' ପରି ଫିଲ୍ମକୁ ପଛରେ ପକାଇଛି । ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁକେ ପରି ଦେଶର ବକ୍ସଅଫିସରେ ମଧ୍ୟ 'ପୋନ୍ନିୟନ ସେଲଭନ-୧' ଧୂଆଁଧାର ବ୍ୟବସାୟ କରୁଛି ।

 Ponniyin Selvan 1

ଭାରତୀୟ ବକ୍ସ ଅଫିସ୍ ଆୟ

ଶୁକ୍ରବାର - 39 କୋଟି
ଶନିବାର - 36 କୋଟି
ରବିବାର - 39 କୋଟି
ସମୁଦାୟ - 114 କୋଟି

ବିଶ୍ୱ ବ୍ୟାପୀ ସଂଗ୍ରହ
'ପୋନ୍ନିୟନ ସେଲଭନ' କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱର ବକ୍ସ ଅଫିସରେ ଧମାଲ ଦେଖାଉଛି । ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ 230 କୋଟି ରୋଜଗାର କରିଛି । ରିଲିଜ ହେବାର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି ମୋଟ 80 କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ଦ୍ୱିତୀୟରେ ସାମାନ୍ୟ ହ୍ରାସ ପାଇ ଫିଲ୍ମ 70 କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନରେ ଏହି ଫିଲ୍ମ ପ୍ରାୟ 80 କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ରଟି 30 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​ ଏବଂ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିଲା ​​।

ଫିଲ୍ମରେ ଦମଦାର ଷ୍ଟାରକାଷ୍ଟଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ଏହି ଫିଲ୍ମରେ ବିକ୍ରମ, ଐଶ୍ଵର୍ଯା ରାୟ ବଚ୍ଚନ, କାର୍ଥୀ, ଜୟମ ରବି, ତ୍ରିଶାଙ୍କ ପରି ବଡ ନାମ ସାମିଲ ଅଛି । ଭାରତୀୟ ଇତିହାସରେ ସବୁଠୁ ପରାକ୍ରମଶାଳୀ ସାମ୍ରାଜ୍ୟ ମଧ୍ୟରୁ ଏକ ଚୋଳ ସାମାଜ୍ର୍ୟ ଉପରେ ଆଧାରିତ ଏହି ଫିଲ୍ମ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
'PS-1'Box Office Collection: 'PS' earns 200 cr in 3 days of release
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X