'Project K'ରୁ ପ୍ରଭାସଙ୍କ ଫାସ୍ଟ ଲୁକ୍ ହେଲା ରିଲିଜ୍,ଏହି ଦିନ ହେବ ରିଲିଜ୍
Project K Prabhash First Look: ଫିଲ୍ମ 'ଆଦିପୁରୁଷ' ପରେ ବର୍ତ୍ତମାନ ସାଉଥ ସୁପରଷ୍ଟାର ପ୍ରଭାସ 'ପ୍ରୋଜେକ୍ଟ କେ' ମାଧ୍ୟମରେ ବଡ ପରଦାରେ ଧମାଲ୍ କରିବା ପାଇଁ ଯାଉଛନ୍ତି । ଆଜି ଅର୍ଥାତ୍ ଜୁଲାଇ 19ରେ, ଫିଲ୍ମରୁ ଅଭିନେତାଙ୍କର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଯାହା ଆଜି ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ । ପ୍ରଶଂସକଙ୍କର ମନ ଜିଣୁଛି ପ୍ରଭାସଙ୍କ ଏହି ନୂଆ ଅବତାର ।
ପ୍ରଭାସଙ୍କ ପ୍ରଥମ ଲୁକ୍
'ପ୍ରୋଜେକ୍ଟ କେ'ରୁ ପ୍ରଭାସଙ୍କ ପ୍ରଥମ ଲୁକ୍ ପ୍ରଡକ୍ସନ୍ ହାଉସ୍ ଭେଜୟନ୍ତୀ ଚଳଚ୍ଚିତ୍ର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । #Projectk ବର୍ତ୍ତମାନ ଟ୍ରେଣ୍ତ କରୁଛି । ଏହି ପୋଷ୍ଟରରେ ପ୍ରଭାସ ପୁଣି ଏକ ଦମଦାର ଚରିତ୍ରରେ ନଜର ଆସିବେ । ପ୍ରଶଂସକମାନେ ଅଭିନେତାଙ୍କ ଏହି ଲୁକକୁ ବେଶ୍ ପସନ୍ଦ କରୁଛନ୍ତି ଲାଇକ୍ ଓ କମେଣ୍ଟ କରି ପ୍ରଭାସଙ୍କ ପ୍ରଶଂସା କରୁଛନ୍ତି ।
The Hero rises. From now, the Game changes 🔥
This is Rebel Star #Prabhas from #ProjectK.
First Glimpse on July 20 (USA) & July 21 (INDIA).
To know #WhatisProjectK stay tuned and subscribe: https://t.co/AEDNZ3ni5Q@SrBachchan @ikamalhaasan @deepikapadukone @nagashwin7… pic.twitter.com/oRxVhWq4Yn
— Vyjayanthi Movies (@VyjayanthiFilms) July 19, 2023
ପ୍ରଥମ ଥର ଏକାଠି ନଜର ଆସିବେ ପ୍ରଭାସ-ଦୀପିକା
ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ମଲ୍ଟିଷ୍ଟାର୍ ଫିଲ୍ମ । ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରଥମ ଥର ସିନେ ପରଦାରେ ଦୀପିକା-ପ୍ରଭାସଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ପ୍ରଭାସଙ୍କ ପୂର୍ବରୁ ଏହି ଫିଲ୍ମରୁ ଦୀପିକାଙ୍କ ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଥିଲା। ହେଲେ ଦୀପିକାଙ୍କର ଏହି ଲୁକକୁ ପ୍ରଶଂସକଙ୍କୁ କିଛି ଖାସ୍ ଇମପ୍ରେସ କରିପାରି ନଥିଲା ।
In her eyes she carries the hope of a new world 🌍 @deepikapadukone from #ProjectK pic.twitter.com/RUt9T1MAyZ
— Vyjayanthi Movies (@VyjayanthiFilms) July 18, 2023
ଫିଲ୍ମରେ ନଜର ଆସିବେ ଏହି କଳାକାର
ଦୀପିକା ଏବଂ ପ୍ରଭାସଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତା ଅମିତାଭ ବଚ୍ଚନ ଏବଂ କମଲ ହାସନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ୧୨ ଜାନୁଆରୀ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଦେଖିବା ବାକି ରହିଲା ସୁପରଷ୍ଟାର ପ୍ରଭାସ ନିଜ ଅଭିନୟରେ ଦର୍ଶକଙ୍କୁ ଇମପ୍ରେସ କରିପାରୁଛନ୍ତି କି ନାହିଁ ।

ସୂଚନାଥାଉ ଯେ, ଏହା ପୂର୍ବରୁ ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'କୁ କିଛି ଖାସ୍ ପସନ୍ଦ କରିନଥିଲେ ସିନେପ୍ରେମି । ଏହି ଫିଲ୍ମ ପାଇଁ ଅଭିନେତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ମଧ୍ୟ ପଡିଥିଲା । ଲଗାତାର ସୋଲିଆଲ ମିଡିଆରେ ବୟକଟ୍ 'ଆଦିପୁରୁଷ' ମଧ୍ୟ ଟ୍ରେଣ୍ତ କରିଥିଲା । ଅଭିନେତା ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିବାରେ ବିଫଳ ହୋଇଥିଲେ । ଏବେ ଦେଖିବା ବାକି ରହିଲା ଯେ ଫିଲ୍ମ #Projectk ମାଧ୍ୟମରେ ଅଭିନେତା ନିଜ ଷ୍ଟାରଡମ୍ ଫେରି ପାଇବାରେ ସଫଳ ହେଉଛନ୍ତି ନା ନାହିଁ ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications