Get Updates
Get notified of breaking news, exclusive insights, and must-see stories!

ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍ ହୋଷ୍ଟ କରିବେ ପ୍ରିୟଙ୍କା ଚୋପ୍ରା

Global Citizen Festival: Priyanka Chopra Will Host The 2022 Edition Of The Global Citizen Festival .ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍ ହୋଷ୍ଟ କରିବେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଚଳିତ ବର୍ଷ ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍ ହୋଷ୍ଟ କରିବେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା । ତେବେ ପିସି ଗ୍ଲୋବାଲ୍‌ ସିଟିଜେନ୍‌ର ଆମ୍ବାସଡର ମଧ୍ୟ । ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ଷ୍ଟାର୍‌ମାନଙ୍କ ଗହଣରେ ଏହି ଫେଷ୍ଟିଭାଲ୍ ଆୟୋଜିତ ହେବା ପାଇଁ ଯାଉଛି । ଗତ ବର୍ଷ ୬ଟି ମହାଦେଶ ଯଥାଲାଗୋସ୍‌, ସିଓଲ, ପ୍ୟାରିସ୍‌, ନ୍ୟୁୟର୍କ ସିଟି, ରିଓଡି ଜେନିରୋ, ଲସ୍‌ ଆଞ୍ଜେଲସ, ଲଣ୍ଡନ, ମୁମ୍ବାଇ ଓ ସିଡ୍‌ନୀରେ ଏହି ଫେଲଟିଭାଲ୍ ଏକା ସମୟରେ ଅନୁଷ୍ଠିତ ହୋଇଥିଲା । ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରି ଦେଶୀ ଗର୍ଲ ପ୍ରିୟଙ୍କା ଏହାର ସୂଚନା ଦେଇଛନ୍ତି । ଚଳିତ ବର୍ଷ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କ ଓନଘାନାର ଆକ୍ରାଠାରେ ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବା ପାଇଁ ଯାଉଛି ।

PRIYANKA

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପିସି ଫ୍ୟାନ୍ସଙ୍କୁ ଏହି ଫେଷ୍ଟିଭାଲ୍ ବିଷୟରେ ସୂଚନା ଦେବା ସହ ନିଜ ସଫର ବିଷୟରେ ମଧ୍ୟ କହିଛନ୍ତି । ସେ କ୍ୟାପ୍‌ସନ ଲେଖିଛନ୍ତି ୧୦ ବର୍ଷ ପୂର୍ବେ ନ୍ୟୁୟର୍କର ସେଣ୍ଟ୍ରାଣ ପାର୍କରେ ପ୍ରଥମ ଥର ବିଶ୍ୱକୁ ଏକତ୍ରିତ କରିଥିଲା ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍‌ । ଅନେକ ପ୍ରଭାବଶାଳୀ ବ୍ୟକ୍ତି ଗ୍ଲୋବାଲ୍‌ ସିଟିଜେନର ଏହି ମଞ୍ଚରେ ଯୋଗଦେଇଥିଲେ । ୨୦୧୬ ଓ ୨୦୧୭ ମସିହାରେ ନ୍ୟୁୟର୍କରେ ଏବଂ ୨୦୨୧ ମସିହାରେ ପ୍ୟାରିସ୍‌ଠାରେ ମୁଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ଏଥର ପୁଣି ନୁୟର୍କ ସିଟିରେ ଜଣେ ଗ୍ଲୋବାଲ୍‌ ସିଟିଜେନ୍‌ ଆମ୍ବାସଡର ଭାବେ ଫେଷ୍ଟିଭାଲ୍‌ରେ ଯୋଗ ଦେବା ପାଇଁ ମୁଁ ଯାଉଛି । ପ୍ରିୟଙ୍କାଙ୍କର ଏହି ପୋଷ୍ଟରେ ଫ୍ୟାନ୍ସଙ୍କର କମେଣ୍ଟ ଓ ଲାଇକ୍ସର ବର୍ଷା ଆରମ୍ଭ ହୋଇଯାଇଛି । ଅନେକ ପିସିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କର ଏହି ପୋଷ୍ଟ ବେଶ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+