ଲକ୍ଷ୍ନୌରେ ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା, ଅଙ୍ଗନବାଡି କେନ୍ଦ୍ରର ପିଲାମାନଙ୍କୁ ପାଠ ପଢାଇଲେ ପିସି
ଲକ୍ଷ୍ନୌରେ ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା, ଅଙ୍ଗନବାଡି କେନ୍ଦ୍ରର ପିଲାମାନଙ୍କୁ ପାଠ ପଢାଇଲେ ପିସି
ଲକ୍ଷ୍ନୌ: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ତିନି ବର୍ଷ ପରେ ଭାରତକୁ ଫେରିଛନ୍ତି । ବର୍ତ୍ତମାନ, ଅଭିନେତ୍ରୀ କ୍ରମାଗତ ଭାବରେ ଲାଇମଲାଇଟରେ ଅଛନ୍ତି । ସୋମବାର ଦିନ ଅଭିନେତ୍ରୀ ଲକ୍ଷ୍ନୌରେ ନଜର ଆସିଥିଲେ । ପ୍ରିୟଙ୍କା ଚୋପ୍ରା ଏଠାରେ ୟୁନିସେଫ୍ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେ କମ୍ପୋଜିଟ୍ ସ୍କୁଲ୍ ଔରଙ୍ଗାବାଦ ଏବଂ ଏକ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ ଯେଉଁଠାରେ ସେ ଛୋଟ ଛୋଟ ପିଲାମାନଙ୍କ ସହିତ ସମୟ ବିତାଇଥିଲେ । କହାକୁ ପଠା ପଢାଇଥିଲେ ତ କାହା ସହ ମସ୍ତି କରିଥିଲେ । ସୋସିଆଲ ମିଡିଆରେ ପିସିଙ୍କର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି ।

ଏହି ସମୟରେ, ଅଭିନେତ୍ରୀ ଝିଅ ମାନଙ୍କ ପ୍ରତି ହେଉଥିବା ହିଂସା ଏବଂ ଭେଦଭାବକୁ ଦୂର କରିବା ପାଇଁ ୟୁନିସେଫ ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । ପ୍ରିୟଙ୍କା ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା ଏବଂ ବ୍ୟବସାୟୀ ବ୍ୟତୀତ ୟୁନିସେଫର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ।
ଅଙ୍ଗନୱାଡି ପିଲାମାନଙ୍କ ସହିତ ସମୟ ବିତାଇଲେ ପ୍ରିୟଙ୍କା
ପ୍ରିୟଙ୍କା ଚୋପ୍ରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ ଲକ୍ଷ୍ନୌ ବିଷୟରେ ସୂଚନା ଦେଇଥିଲେ । ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହି ଗସ୍ତରେ ସେ ୟୁପିର ଲାଲପୁର ଗାଁର ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ। ଏଠାରେ ଅଭିନେତ୍ରୀ ପିଲାମାନଙ୍କୁ ପାଠ ପଢାଇବା ସହ ସେମାନଙ୍କ ସହ ଅନେକ ସମୟ ବିତାଇଥିଲେ ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ 'ଜୀ ଲେ ଜରା'ରେ ନଜର ଆସିବେ। ପ୍ରଥମଥର ଏହି ତିନି ଅଭିନେତ୍ରୀଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାଇତ୍ୱ ତୁଳାଇବେ ଫରହାନ ଅଖତର । କଳାକାରଙ୍କ ସହ ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।












Click it and Unblock the Notifications