Get Updates
Get notified of breaking news, exclusive insights, and must-see stories!

ଝିଅ ମାଲତିଙ୍କୁ ମେକଅପ୍ ଟିପ୍ସ ଦେଲେ ପ୍ରିୟଙ୍କା ଚୋପ୍ରା

Priyanka Chopra

ମୁମ୍ବାଇ: କେବଳ ଦେଶରେ ନୁହେଁ ବର୍ତ୍ତମାନ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ପ୍ରିୟଙ୍କା ଚୋପ୍ରା । ଅଭିନେତ୍ରୀ ୨୦୧୮ରେ ଅଭିନେତା-ଗାୟକ ନିକ ଜୋନାସଙ୍କୁ ବିବାହ କରିଥିଲେ । ଏହି ଦମ୍ପତି ସରୋଗେସି ଜରିଆରେ ଜାନୁୟାରୀ ୨୦୨୨ରେ ଏକ ଝିଅର ପିତା ମାତା ସାଜିଥିଲେ । ନିକଟରେ ପିସି ନିଜ ଝିଅ ମାଲତି ମେରିଙ୍କ ସହ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଝଅକୁ ମେକ୍ ଅପ୍ ଟିପ୍ପ ଦେଲେ ପିସି
ପ୍ରିୟଙ୍କା ଅନେକ ସମୟରେ ତାଙ୍କ ଝିଅ ମାଲତି ମେରିଙ୍କର ଫଟୋ ନିଜ ପ୍ରଶଂସକମାନଙ୍କ ସହିତ ସେୟାର କରିଥାନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଝିଅଙ୍କ ସହ ନିଜର ଏକ ଖାସ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି । ଫଟୋରେ ପିସି ତାଙ୍କ ସହ ମେକଅପ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଫଟୋ ଦେଖି ଅନୁମାନ କରାଯାଇ ପାରୁଛି ଯେ, ଅଭିନେତ୍ରୀ ବୋଧହୁଏ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ମାଲତି ମେରି ନିଜ ମା' ଅର୍ଥାତ ପିସିଙ୍କ କୋଳରେ ବସି ତାଙ୍କ ମେକଅପ୍ ଦେଖୁଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଅନେକ ଫ୍ୟାନ୍ସ ଏବେ କହୁଛନ୍ତି ବୋଧହୁଏ ମାଲତି ପିସିଙ୍କ ଠାରୁ ମେକଅପ୍ ଟିପ୍ସ ନେଉଛନ୍ତି । ସେହିପରି କିଛି ୟୁଜର୍ସ ଉଭୟଙ୍କୁ ସୁପରହିଟ୍ ମା-ଝିଅ ଯୋଡି ବୋଲି କହୁଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବା ପାଇଁ ଗଲେ ଅଭିନେତ୍ରୀ ବର୍ତ୍ତମାନ ଅନେକ ଫିଲ୍ମରେ କାମ କରୁଛନ୍ତି । ଆମାଜନ ପ୍ରାଇମର ଥ୍ରୀଲର ଧାରାବାହିକ 'ସିଟାଡେଲ' ଏବଂ ରୋମାଣ୍ଟିକ କମେଡି 'ଇଟସ୍ ଅଲ୍ କମିଙ୍ଗ ବ୍ୟାକ୍ ଟୁ ମି'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ପିସି ଖୁବ ଶୀଘ୍ର ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିବେ । ଚଳଚ୍ଚିତ୍ର 'ଜି ଲେ ଜରା'ରେ ତାଙ୍କୁ କ୍ୟାଟ୍ରିନା ଏବଂ ଆଲିଆଙ୍କ ସହ ଦେଖିବା ପାଇଁ ମିଳିବ । ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତର ଏହି ଫିଲ୍ମର ନିର୍ଦ୍ଦେଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+