ଭାରତୀୟ ପରମ୍ପରା ପ୍ରତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଶ୍ଵାସ, ମହାକୁମ୍ଭରେ ଦେଲେ ଯୋଗ

: ବିଦେଶରେ ରହିବା ସତ୍ୱେ କମିନି ଭାରତ ପ୍ରତି ପ୍ରେମ, ସମ୍ମାନ ଏବଂ ବିଶ୍ୱାସ । ଭାରତୀୟ ପରମ୍ପରା ପ୍ରତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଶ୍ଵାସର ପୁଣି ଆଉ ଏକ ଝଲକ ଦେଖିବା ପାଇଁ ମିଳିଛି । ପ୍ରିୟଙ୍କା ଚୋପ୍ରା 2025 ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବାକୁ ଯାଉଛନ୍ତି।

ଚଳିତ ବର୍ଷର ସବୁଠାରୁ ବଡ଼ ଧାର୍ମିକ ମେଳା ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇ ୨୫ ଫେବୃଆରୀରେ ଶେଷ ହେବ। ଏହି ଦିବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ଭକ୍ତମାନେ ପ୍ରୟାଗରାଜରେ ପହଞ୍ଚୁଛନ୍ତି । ଆସ୍ଥାର ସଙ୍ଗମସ୍ଥଳ ମହାକୁମ୍ଭରେ ଅଂଶଗ୍ରହଣ କରିବା ପାଇଁ ପ୍ରିୟଙ୍କା ମଧ୍ୟ ପ୍ରୟାଗରାଜରେ ପହଞ୍ଚିଛନ୍ତି।

ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କ୍ଲିପ୍ ପୋଷ୍ଟ କରିଛନ୍ତି। ଏହି କ୍ଲିପ୍ ଦେଖି ଲାଗୁଛି ଯେ ଅଭିନେତ୍ରୀ ମହାକୁମ୍ଭ 2025ରେ ସାମିଲ ହେବେ । ଭିଡିଓ କ୍ଲିପ୍ ଦେଖି ଲାଗୁଛି ଅଭିନେତ୍ରୀ ଜଣକ କାର ଭିତରୁ ଭିଡିଓ ରେକର୍ଡ କରିଥିଲେ ଯେଉଁଥିରେ ପ୍ରୟାଗରାଜର ସହରର ଏକ ଝଲକ ଦେଖିବା ପାଇଁ ମିଳୁଛି ।

Priyanka Chopra

ଏହା ପ୍ରଥମ ଥର ନୁହେଁ ଯେ ପ୍ରିୟଙ୍କା ଚୋପ୍ରା ଭାରତରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କିମ୍ବା ମନ୍ଦିର ପରିଦର୍ଶନ କରିଛନ୍ତି। ଗତ ବର୍ଷ ମଧ୍ୟ, ଅଭିନେତ୍ରୀ ତାଙ୍କ ଝିଅ ମାଲତୀ ମେରୀ ଏବଂ ସ୍ୱାମୀ ନିକ ଜୋନାସଙ୍କ ସହିତ ଅଯୋଧ୍ୟାର ରାମ ମନ୍ଦିରରେ ପହଞ୍ଚିଥିଲେ । ସେହି ସମୟର ଫଟୋଗୁଡ଼ିକ ବହୁତ ଭାଇରାଲ ହୋଇଥିଲା। ସେ ତାଙ୍କ ଝିଅ ସହିତ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ମଧ୍ୟ ଦର୍ଶନ ପାଇଁ ଯାଇଥିଲେ।

ଅଭିନେତ୍ରୀ ଜଣକ ବହୁତ ଦିନ ଧରି ହଲିଉଡ୍ ଧାରାବାହିକ ଏବଂ ଫିଲ୍ମ କରି ଆସୁଛିନ୍ତି ଏହାସହ ବିବାହ ପରେ ସେ ବିଦେଶରେ ରହୁଛନ୍ତି ସତ ହେଲେ ନିଜ ଦେଶ ପ୍ରତି ତାଙ୍କ ବିଶ୍ୱାସ ତିଳେ ମାତ୍ର କମ୍ ହୋଇ ନାହିଁ । ତାଙ୍କର ଶେଷ ମୁକ୍ତିଲାଭ କରିଥିବା ବଲିଉଡ୍ ଚଳଚ୍ଚିତ୍ର ଥିଲା ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ଦ ସ୍କାଏ ଇଜ୍ ପିଙ୍କ୍। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସେ ମହେଶ ବାବୁଙ୍କ ସହିତ ଏସଏସ ରାଜାମୌଲିଙ୍କ ପରବର୍ତ୍ତୀ ଫିଲ୍ମର ନଜର ଆସିପାରନ୍ତି ପିସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+