Priyanka Chopra Injured: ଆହତ ହେଲେ ଦେଶୀ ଗର୍ଲ, ଏପରି ଅନ୍ଦାଜରେ ଆସିଲେ ନଜର

Priyanka Chopra Injured: ଫିଲ୍ମ 'The-Bluff'ର ସୁଟିଂ ସମୟରେ ପ୍ରିୟଙ୍କା ଚୋପ୍ରା ଆହତ ହୋଇଛନ୍ତି । ତାଙ୍କ ଗୋଡ ଓ କାନ୍ଧରେ ଆଘାତ ଲାଗିଛି। ଅଭିନେତ୍ରୀ ତାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାପୂର୍ବରୁ ଜୁନ୍ 19 ବୁଧବାର ଦିନ ପିସିଙ୍କ ବେକରେ ଲାଗିଥିବା ଆଘାତର ଝଲକ ମଧ୍ୟ ସେ ଫ୍ୟାନ୍ସଙ୍କୁ ଦେଖାଇଥିଲେ । ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେବାରେ ଲାଗିଛି ସେଥିରେ ପ୍ରିୟଙ୍କା ପୁରା ରକ୍ତାକ୍ତ ହୋଇଥିବାର ଦେଖିବାକୁ ମିଳିଛି ।

Priyanka Chopra

ପ୍ରିୟଙ୍କା ଚୋପ୍ରାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଫ୍ୟାନ୍ସଙ୍କୁ ବିଚଳିତ କରୁଛି । ପ୍ରଶଂସକମାନେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି ଯେ, ତାଙ୍କ ପ୍ରିୟ ଅଭିନେତ୍ରୀଙ୍କୁ ସହ କ'ଣ ଘଟିଲା । ଅଭିନେତ୍ରୀ ତାଙ୍କ ଫିଲ୍ମର ସୁଟିଂ ସମୟରେ ଆହତ ହୋଇଥିଲେ। କୁହାଯାଉଛି ଷ୍ଟଣ୍ଟ କରିବା ସମୟରେ ସେ ଆହତ ହୋଇଥିଲେ।

ପ୍ରିୟଙ୍କା ଚୋପ୍ରା କିଛି ସମୟ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଅଭିନେତ୍ରୀଙ୍କ ମୁହଁ ଏବଂ ଛାତିରେ ରକ୍ତ ବାହାରୁଥିବାର ଦେଖିବାକୁ ମିଳୁଛି । ହେଲେ ଅଭିନେତ୍ରୀ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି, ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ସୂଚନା ରହିଛି । ବର୍ତ୍ତମାନ ଅଭିନେତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଭିଡିଓ, ଫଟୋ ସେୟାର କରି ପ୍ରିୟଙ୍କା ଚୋପ୍ରା କ୍ୟାପସନରେ ଲେଖିଛନ୍ତି, ଯେତେବେଳେ ତୁମେ ଆକ୍ସନ ଫିଲ୍ମ ପାଇଁ ସିଟ୍ କର...।

ପ୍ରିୟଙ୍କା ଚୋପ୍ରାଙ୍କ କାନ୍ଧ ଏବଂ ଗୋଡରେ ଆଘାତ ଲାଗିଛି । ଏହି ଭିଡିଓ, ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, ମୁଁ ଭୁଲି ଯାଇଥିଲି ଯେ ସେ ଜଣେ ଅଭିନେତ୍ରୀ ଏବଂ ମୁଁ ବ୍ୟବସ୍ତ ହୋଇପଡିଥିଲି । ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଆପଣଙ୍କର ବଡ଼ ପ୍ରଶଂସକ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫିଲ୍ମର ସୁଟିଂ ସମୟରେ ପ୍ରିୟଙ୍କା ଚୋପ୍ରାଙ୍କ ବେକରେ ଆଘାତ ଲାଗିଛି। ସେ ଜୁନ୍ 19'ରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+