ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ହେଲେ ଆହତ, ଫାଟିଲା ନାକ!
Priyanka Chopra Latest Post: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ ହୋଇଛନ୍ତି । ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ବ୍ଲଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ସୋସିଆଲ ମିଡିଆରେ ଅନେକ ଥର ଏହି ଚଳଚ୍ଚିତ୍ରକୁ ନେଇ ସୂଚନା ଦେଇଥାନ୍ତି ।

ବର୍ତ୍ତମାନ ଏଥର ପୁଣି ଏହି ଚଳଚ୍ଚିତ୍ର ସହ ଜଡିତ ଏକ ଅପଡେଟ୍ ରହିଛି । ଅଭିନେତ୍ରୀ ଫିଲ୍ମ ସେଟରୁ ଏକ ଫୋଟ ପୋଷ୍ଟ କରି ସିନେମା ସୁଟିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏହି ଫଟୋରେ ପ୍ରିୟଙ୍କା ଚୋପ୍ରାଙ୍କ ମୁହଁରେ ରକ୍ତ ଦାଗ ଦେଖିବା ପାଇଁ ମିଳିଥିଲା ।
ନିକଟରେ ପିସି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ନାକରେ ମୁହଁରେ ରକ୍ତ ଲାଗିଥିବାର ଦେଖିବା ପାଇଁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ ନିଜ ପିସିଙ୍କ ଏପରି ଫଟୋ ଦେଖି ଖୁବ୍ ଚିନ୍ତିତ ହୋଇ ପଡିଛନ୍ତି ଏବଂ ସମସ୍ତ ନିଜ ପ୍ରିୟ କଳାକାରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ।
ହେଲେ ଦାବି କରାଯାଉଛି ଯେ ଏହି ରକ୍ତ ନକଲି ଏବଂ ଏହା କେବଳ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଫିଲ୍ମ ପାଇଁ । ଯେଉଁ ଫିଲ୍ମ ପାଇ ଦେଶୀ ଗର୍ଲ ଦୀର୍ଘ ଦିନ ହେବ କଠିନ ପରିଶ୍ରମ କରୁଛନ୍ତି । ପୂର୍ବରୁ ମଧ୍ୟ ସେ ସିନେମା ସେଟରୁ ଏପରି ଫଟୋ ସେୟାର କରିଥିଲେ ।












Click it and Unblock the Notifications