କେନିଆ ସ୍ଥିତି ଦେଖି ଭାବୁକ ହୋଇପଡିଲେ ପ୍ରିୟଙ୍କା ଚୋପ୍ରା
କେନିଆ ସ୍ଥିତି ଦେଖି ଭାବୁକ ହୋଇପଡିଲେ ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିବା ପରେ ଏବେ ହଲିଉଡରେ କରୁଛନ୍ତି ରାଜ୍ । ଏଥି ସହିତ ସେ ବିଶ୍ୱରେ ଅନେକ ମାନ୍ୟତା ହାସଲ କରିଛନ୍ତି । ଅଭିନୟ ସହ ଅଭିନେତ୍ରୀ 'ୟୁନିସେଫ୍'ର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ । ନିକଟରେ ପ୍ରିୟଙ୍କା ସଂଗଠନର ଟିମ୍ ସହିତ କେନିଆର ମରୁଡ଼ି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି, ଯେଉଁଠାରୁ ସେ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା ସେୟାର କରିଥିବା ଭିଡିଓରେ ସେ ଖୁବ ଭାବୁକ ନଜର ଆସୁଛନ୍ତି । ଭିଡିଓରେ ସେ କହୁଛନ୍ତି ଯେ , 'ଆଜି ମୁଁ ବହୁତ ବ୍ୟସ୍ତ ବିବ୍ରତ । ମୋ ମନ ଏକାଥରକେ ଲକ୍ଷ ସ୍ଥାନରେ ଅଛି, ବର୍ତ୍ତମାନ ମୁଁ Unicef ସହିତ କେନିଆରେ ଅଛି । ଏହା ବହୁତ କଷ୍ଟସାଧ୍ୟ, ତଥାପି ମୁଁ ଆପଣଙ୍କୁ ଏହି ଯାତ୍ରାରେ ନେବାକୁ ଚାହୁଁଛି' ।
ଭୋକରେ ଶିଶୁଙ୍କର ମୃତ୍ୟୁ ହେଉଛି
ଏହି ଭିଡିଓରେ ପ୍ରିୟଙ୍କା ଆହୁରି ଦର୍ଶାଇଛନ୍ତି ଯେ ମରୁଡ଼ି ହେତୁ କେନିଆ କିପରି ସଙ୍କଟ ଦେଇ ଗତି କରୁଛି ଏବଂ ପିଲାମାନେ ଭୋକରେ ଅଛନ୍ତି। ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ପିଲାମାନେ ଭୋକରେ ଅଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ଅନାହାରରେ ଅଛନ୍ତି। ଏହା ହେଉଛି ଜଳବାୟୁ ପରିବର୍ତ୍ତନର ସଙ୍କଟ ଏବଂ ଯାହା ବର୍ତ୍ତମାନ କେନିଆରେ ଘଟିଛି । କିନ୍ତୁ ଏହାର ଆଶା ଏବଂ ସମାଧାନ ମଧ୍ୟ ଅଛି । ଆଗାମୀ କିଛି ଦିନ ମଧ୍ୟରେ Unicef ଦ୍ୱାରା କରାଯାଇଥିବା ପ୍ରୟାସକୁ ମୁଁ ନିଶ୍ଚୟ ଦେଖାଇବି ।'
ସାହାଯ୍ୟ ପାଇଁ ନିବେଦନ କଲେ ପ୍ରିୟଙ୍କା
ଏହି ପୋଷ୍ଟ ମାଧ୍ୟମରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି , 'ସଙ୍କଟକୁ ଦୂର କରିବା ଏବଂ ଭଲ କାମ ଜାରି ରଖିବା ପାଇଁ ଅର୍ଥର ଆବଶ୍ୟକ ପଡିଥାଏ, ତେବେ ଆପଣମାନେ ଦାନ କରନ୍ତୁ । ମୁଁ ଦାନ କରିଛି ଏବଂ ଆଶା କରୁଛି ଆପଣମାନେ ମଧ୍ୟ କରିବେ।'












Click it and Unblock the Notifications