ଦେଖନ୍ତୁ ଦେଶୀଗାର୍ଲଙ୍କ ଜନ୍ମଦିନର କିଛି ଅନସିନ୍ ଫଟୋ
Priyanka Chopra celebrated her 40th birthday .ଦେଖନ୍ତୁ ଦେଶୀଗାର୍ଲଙ୍କ ଜନ୍ମଦିନର କିଛି ଅନସିନ୍ ଫଟୋ
ମୁମ୍ବାଇ : ନିକଟରେ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜର ୪୦ ତମ ଜନ୍ମଦିନ ପାଳିଛନ୍ତି ।ନିଜର କିଛି ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ସେ ସେଲିବ୍ରେଟ୍ କରିଛନ୍ତି ନିଜ ଜନ୍ମଦିନ । ଯାହାର କିଛି ଅନସିନ୍ ଫଟୋ ପିସି ସେୟାର କରିଛନ୍ତି ।ଯେଉଁ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ଫ୍ୟାନ୍ସଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସୁଛି ।

ଏହି ଫଟୋରେ ନିକ୍ ଏବଂ ପ୍ରିୟଙ୍କା ଖୁବ୍ ମସ୍ତି କରୁଥିବା ଦେଖିବା ପାଇଁ ମିଳିଥିଲା । ପ୍ରିୟଙ୍କା ନିଜ ଗର୍ଲସ୍ ଗ୍ୟାଙ୍ଗ ସହ ପାର୍ଟି କରିବା ସହ ଆଉ ଏକ ଫଟୋରେ ତାଙ୍କ ଝିଅ ମାଳତୀ ମେରିକୁ କୋଳରେ ଧରିଥିବାର ନଜର ଆସିଛନ୍ତି। ପୁଲ ପାର୍ଟୀ ସହ ଡିନର ମଧ୍ୟ କିଛି ଫଟୋ ପୋଷ୍ଟ କରିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ଜନ୍ମଦିନରେ ପରିଣିତି ଚୋପ୍ରାଙ୍କୁ ଦେଖିବା ପାଇଁ ମିଳିଥିଲା ଏହା ସହ ସବୁଠୁ ଖାସ ଥିଲା ନିକ ତାଙ୍କ ଶାଶୁ ମଧୁ ଚୋପ୍ରାଙ୍କ ଡ୍ୟାନ୍ସ କରୁଥିବା ଫଟୋ ।ଏହି ଫଟୋଟିକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ସୋସିଆଲ
ମିଡିଆରେ ମଧ୍ୟ ପିସିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରଶଂସକ ।












Click it and Unblock the Notifications