ବଲିଉଡ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ
Pritish Nandy Passes Away: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, କବି ତଥା ଲେଖକ ପ୍ରୀତିଶ ନନ୍ଦୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଅନୁପମ ଖେର ତାଙ୍କ ଦେହାନ୍ତ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ 'X' ରେ ଏକ ପୋଷ୍ଟ ସେୟାର କରି ପ୍ରୀତୀଶ ନନ୍ଦୀ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି ।
ଅନୁପମ ଖେର ଲେଖିଛନ୍ତି- 'ମୋର ପ୍ରିୟ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ହେଲେ ପ୍ରୀତିଶ ନନ୍ଦୀ । ତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖି ଏବଂ ଚକିତ। ଜଣେ ଅଦ୍ଭୁତ କବି, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ଜଣେ ସାହସୀ ଏବଂ ଅନନ୍ୟ ସମ୍ପାଦକ ଏବଂ ସାମ୍ବାଦିକ । ପ୍ରଥମ ଦିନରୁ ସେ ମୋତେ ମୁମ୍ବାଇରେ ସମର୍ଥନ କରୁଥିଲେ । ଅନେକ ଜୀନିଷ ଆମେ ଏକାଠି କରିଛୁ ।

1990 ଦଶକରେ ଦୂରଦର୍ଶନରେ ' ଦ ପ୍ରୀତୀଶ ନନ୍ଦୀ ଶୋ' ନାମକ ଏକ ଟକ୍ ସୋ'ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଶୋ'ରେ ସେ ସେଲିବ୍ରିଟିମାନଙ୍କ ଇଣ୍ଟରଭ୍ୟୁ ନିଅନ୍ତି । 2000 ଦଶକ ପୂର୍ବରୁ ସେ ତାଙ୍କ ବ୍ୟାନରରେ 'ସୁର', 'କାଣ୍ଟେ', 'ଚମେଲି', 'ପ୍ୟାର୍ କେ ସାଇଡ୍ ଇଫେକ୍ଟସ୍' ଭଳି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହା ବ୍ୟତୀତ ତାଙ୍କ କମ୍ପାନୀ ୱେବ୍ ସିରିଜ୍ ମଧ୍ୟ ପ୍ରସ୍ତୁତ କରିଥିଲା ।












Click it and Unblock the Notifications