Get Updates
Get notified of breaking news, exclusive insights, and must-see stories!

ପୃଥ୍ୱୀ ଶ'ଙ୍କୁ ମାରପିଟ ଘଟଣା: କ୍ରିକେଟରଙ୍କ ବିରୋଧରେ ଏତଲା ଦେଲେ ସପନା

ପୃଥ୍ୱୀ ଶ'ଙ୍କ ବିରୋଧରେ ଏତଲା ଦେଲେ ଇଂଟରନେଟ୍ ସେନସେସନ ସପନା ଗିଲ୍ । ସୋମବାର ଦିନ ଏକ ବେସବଲ୍ ବ୍ୟାଟ୍ ସାହାଯ୍ୟରେ ପୃଥ୍ବୀ ଶ' ଏବଂ ତାଙ୍କ ବନ୍ଧୁଙ୍କୁ ଅଭିଯୁକ୍ତ ସପନା ଏବଂ ତାଙ୍କ ବନ୍ଧୁମାନେ ଆକ୍ରମଣ କରିଥିଲେ ।

Prithvi Shaw - Sapna Gill

କ୍ରିକେଟର ପୃଥ୍ୱୀ ଶ'ଙ୍କୁ ମାରପିଟ ଘଟଣା । ପୃଥ୍ୱୀ ଶ'ଙ୍କ ବିରୋଧରେ ଏତଲା ଦେଲେ ଇଂଟରନେଟ୍ ସେନସେସନ ସପନା ଗିଲ୍ । ସୋମବାର ଦିନ ଏକ ବେସବଲ୍ ବ୍ୟାଟ୍ ସାହାଯ୍ୟରେ ପୃଥ୍ବୀ ଶ' ଏବଂ ତାଙ୍କ ବନ୍ଧୁଙ୍କୁ ଅଭିଯୁକ୍ତ ସପନା ଏବଂ ତାଙ୍କ ବନ୍ଧୁମାନେ ଆକ୍ରମଣ କରିଥିଲେ । ସପନା ଗିଲ୍ ବେସ୍‌ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ'ଙ୍କ ବନ୍ଧୁଙ୍କ କାରରେ ପ୍ରହରାର କରିଥିଲେ। ଫଳରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲା । ଓସିୱାରା ଥାନା ପୋଲିସ୍
ସପନା ଗିଲ୍ ଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଗିରଫ କରିଥିଲା । ହେଲେ ପରେ ତାଙ୍କୁ ଜାମିନ୍ ମିଳିଥିଲା ଯାହା ପରେ ସପନା ପୃଥ୍ୱୀ ଏବଂ ତାଙ୍କ ବନ୍ଧୁଙ୍କ ବିରୋଧରେ ପାଲଟା ଆକ୍ରମଣର ଅଭିଯୋଗ ଆଣିବା ସହ ମୁମ୍ବାଇ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଛନ୍ତି ।

ତେବେ ୟୁଟ୍ୟୁବୁର ସପନା ଅଭିଯୋଗ କରିଛନ୍ତି ଯେ, ପୃଥ୍ୱୀ ପ୍ରଥମେ ତାଙ୍କ ସାଙ୍ଗକୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରୁଥିଲେ । ପରେ ସପନା ନିଜ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଯାଇଥିବା ବେଳେ କ୍ରିକେଟର ତାଙ୍କୁ ଆଶଳୀନ ଭାବେ ସ୍ପର୍ଶ କରିଥିଲେ ।

ସୂଚନାଥାଉ ଯେ, ମୁମ୍ବାଇର ସାହାରା ଷ୍ଟାର ହୋଟେଲରେ ଅଭିଯୁକ୍ତ ସପନା ଗିଲ୍ ଓ ତାଙ୍କ ବନ୍ଧୁ ଶୋବିଟ୍ ଠାକୁର ପୃଥ୍ୱୀ ଶ'ଙ୍କ ସହ ପ୍ରଥମେ ଗୋଟିଏ ସେଲଫି ଉଠାଇ ଥିଲେ । ତେବେ ଆଉ କିଛି ଅଧିକ ଫଟୋ ଉଠାଉବା ପାଇଁ ସେମାନେ ବାଧ୍ୟ କରିଥିଲେ । ପୃଥ୍ୱୀ ଶ' ମନା କରି ଦେବାରୁ ସପନା ଗିଲ୍ ଓ ତାଙ୍କର ସାଙ୍ଗମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+