Get Updates
Get notified of breaking news, exclusive insights, and must-see stories!

'Lahore 1947'ରେ ଅଭିନେତା ସନି ଦେଓଲଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିବେ ଏହି ଅଭିନେତ୍ରୀ

Lahore 1947: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାହୋର 1947'ରେ ନଜର ଆସିବେ ଅଭିନେତା ସନ୍ନି ଦେଓନ । ଯେଉଁଥି ପାଇଁ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମକୁ ନେଇ ପ୍ରତିଦିନ ନୂଆ ଅପଡେଟ୍ ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି । ତେବେ ବ୍ଲକ୍ବଷ୍ଟର 'ଗଦର ୨' ପରେ ଏହା ସନ୍ନିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର । ଯାହା ଉପରେ ବର୍ତ୍ତମାନ ରହିଛି ସିନେପ୍ରେମୀଙ୍କ ନଜର ।


ବର୍ତ୍ତମାନ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷି ଏହି ସିନେମାର ସନ୍ନିଙ୍କ ଅପୋସିଟରେ ନଜର ଆସିବା ପାଇଁ ଯାଉଥିବା ଅଭିନେତ୍ରୀଙ୍କ ନାଁ ଘୋଷଣା କରି ନେଇଛନ୍ତି । ରିପୋର୍ଟ ଅନୁସାରେ ପ୍ରୀତି ଜିଣ୍ଟା 'ଲାହୋର 1947'ରେ ସନି ଦେଓଲଙ୍କ ସହ ରୋମାନ୍ସ କରିବାର ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷି ଏନେଇ ଘୋଷଣା କରିଛନ୍ତି।

Lahore 1947

ସନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ଯୋଡିକୁ ନେଇ ରାଜକୁମାର ସନ୍ତୋଷି କହିଛନ୍ତି, "ବହୁ ସମୟ ପରେ ପ୍ରୀତି ଜିଣ୍ଟାଙ୍କୁ ସିନେ ପରଦାରେ ଦେଖିବା ପାଇଁ ମିଳିବ । ସେ ଲାହୋର 1947 ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିବେ । ସେ ଆହୁରି କହିଛନ୍ତି, ଯେ ପ୍ରୀତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ । ସେ ଯେ କୌଣସି ଅଭିନୟ କରନ୍ତି ସେହି ଚିରିତ୍ରକୁ ଖୁବ୍ ଭଲ ଭାବେ ନିଭାନ୍ତି । ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ' ଏହି ଅନ୍-ସ୍କ୍ରିନ୍ ସନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ଯୋଡିକୁ ଦର୍ଶକମାନେ ଦେଖିବା ପାଇଁ ଏବେ ଉତ୍ସାହିତ ।

ଖାସ କଥା ହେଉଛି ଆମୀର ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଏବଂ ରାଜକୁମାର ସନ୍ତୋଷି ଏହାର ନିର୍ଦ୍ଦେଶନା ଦେବେ। ଏହି ତିନି ଷ୍ଟାରଙ୍କ ସିନେମା ଇଣ୍ତଷ୍ଟ୍ରିରେ ନିଶ୍ଚୟ ନିଜର ଖାସ ଛାପ ଛାଡିବ ବୋଲି ଆଶା କରାଯାଉଛି । ତେହେ ଏହି ଫିଲ୍ମର ଶୁଟିଂ ଫେବ୍ରୁଆରୀ ୧୨ ତାରିଖରେ ଆରମ୍ଭ ହୋଇଯାଇଛି । ଏବେ ଅପେକ୍ଷା ଏହି ଜବରଦସ୍ତ ସିନେମାର ରିଲିଜ୍ ତାରିଖକୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+