ଅପରେସନ ସିନ୍ଦୂର ପରେ ସହାୟତାର ହାତ ବଢ଼ାଇଲେ ବଲିଉଡ ଅଭିନେତ୍ରୀ,ସହିଦଙ୍କ ପରିବାରକୁ ୧.୧୦କୋଟି ଟଙ୍କାର ସହାୟତା
ପ୍ରୀତି ଜିଣ୍ଟା କେବଳ ଜଣେ ମହାନ ଅଭିନେତ୍ରୀ ନୁହଁନ୍ତି ବରଂ ସେ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ । ବର୍ତ୍ତମାନ, ସେ IPL (ଇଣ୍ଡିଆନ୍ ପ୍ରିମିୟର ଲିଗ୍) 2025 ରେ ପଞ୍ଜାବ କିଙ୍ଗସର ମାଲିକାଣୀ ଭାବରେ ଚର୍ଚ୍ଚାରେ ଅଛନ୍ତି । ଏପରି ସମୟରେ ପ୍ରୀତି ଜିଣ୍ଟା ସହିଦଙ୍କ ପରିବାର ପାଇଁ ଏକ ମହତ ପଦକ୍ଷେପ ନେଇଛନ୍ତି ।
ବଲିଉଡର ଅଭିନେତ୍ରୀ ପ୍ରୀତି ଜିଣ୍ଟା ଦକ୍ଷିଣ ପଶ୍ଚିମ କମାଣ୍ଡର ଆର୍ମି ୱାଇବ୍ସ ୱେଲଫେୟାର ଏସୋସିଏସନ (AWWA)କୁ ୧.୧୦କୋଟି ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କର ଏହି ଅର୍ଥରାଶି ପ୍ରଦାନ ଇଣ୍ଡିଆନ ପ୍ରିମିୟର ଲିଗ୍ ଟିମ୍ ପଞ୍ଜାବ କିଙ୍ଗ୍ସର କର୍ପୋରେଟଙ୍କ ଅଧୀନରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶନିବାର ଜୟପୁରରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହିଦ ସୈନିକମାନଙ୍କ ପରିବାର ମଧ୍ୟ ସାମିଲ ଥିଲେ ।

ଏହାରି ମଧ୍ୟରେ ପ୍ରୀତି ସହିଦମାନଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେମାନଙ୍କ ପରିବାରକୁ ସହାୟତା ଦେବା ସମ୍ମାନ ଏବଂ କର୍ତ୍ତବ୍ୟ । ସୈନ୍ୟମାନଙ୍କ ବଳିଦାନକୁ କେବେ ଭୁଲିହେବ ନାହିଁ । କିନ୍ତୁ ତାଙ୍କ ପରିବାର ସହିତ ଠିଆ ହୋଇ ସେମାନଙ୍କୁ ଆଗକୁ ବଢିବାର ସାହାଯ୍ୟ କରିପାରିବା । ଆହୁରି ମଧ୍ୟ କହିଛନ୍ତି ଯେ, ସଶସ୍ତ୍ର ବାହିନୀ ସୈନ୍ୟଙ୍କ ପାଇଁ ଆମେ ଗର୍ବିତ ।












Click it and Unblock the Notifications