ଖୁବଶୀଘ୍ର ମୁମ୍ବାଇ ଫେରିଯିବେ ପ୍ରକୃତି !
Prakruti Mishra With Father Manmath Mishra :ଖୁବଶୀଘ୍ର ମୁମ୍ବାଇ ଫେରିଯିବେ ପ୍ରକୃତି !
ଭୁବନେଶ୍ୱର: ୬ଦିନର ବାଦ ବିବାଦ ମଧ୍ୟରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଛନ୍ତି ପ୍ରକୃତି । ଚେନ୍ନାଇରୁ ଭୁବନେଶ୍ୱର ଫେରିବା ପରେ ପ୍ରଥମ ଥର ନିଜ ଛାତ ଉପରେ ତାଙ୍କୁ ଦେଖିବା ପାଇଁ ମିଳିଛି । ସାଥିରେ ବାପା ମନ୍ମଥ ମିଶ୍ର ମଧ୍ୟ ନଜର ଆସିଥିଲେ । ଠିକ ସମୟ ଆସିଲେ ସବୁ କଥା କହିବି ବୋଲି କହିଛନ୍ତି ପ୍ରକୃତି । ଏହା ସହ ସେ ତଦନ୍ତରେ ସମ୍ପୁର୍ଣ୍ଣ ସାହଯୋଗ କରୁଛନ୍ତି ବୋଲି ମଧ୍ୟ କହିଥିଲେ । ଖୁବ ଶିଘ୍ର ଏହି ବାବଦର ସମାଧାନ ହୋଇଯିବ ବୋଲି ମଧ୍ୟ କହିଛନ୍ତି । ହେଲେ ଭାଇରାଲ ଅଡିଓ ବିଷୟରେ ସେ କୌଣସି ପ୍ରତିକ୍ରିୟା ରଖି ନାହଁନ୍ତି ।

ଅନ୍ୟପଟେ ପିତା ମନ୍ମଥ ମିଶ୍ର କହିଛନ୍ତି ଯେ ମାନସିକ ସ୍ତରରେ ପ୍ରକୃତି ସମ୍ପୁର୍ଣ୍ଣ ଠିକ୍ ଅଛନ୍ତି । ମାମଲା ତୁଟିବା ପରେ ଖୁବ ଶିଘ୍ର ସେ ନିଜ କର୍ମକ୍ଷେତ୍ର ମୁମ୍ବାଇକୁ ମଧ୍ୟ ଫେରିଯିବେ । ତେବେ ଗତକାଲି ରାତିରେ ବାବୁସାନ୍ ମଧ୍ୟ ଗଣମାଧ୍ୟ ସାମ୍ନାକୁ ଆସି ନିଜ ପ୍ରତିକ୍ରିୟା ରଖିଥିଲେ ।












Click it and Unblock the Notifications