ଆଗାମୀ ଫିଲ୍ମର ପୋଷ୍ଟର ସେୟାର କଲେ ପ୍ରକୃତି ମିଶ୍ର
ଅଭିନେତ୍ରୀ ପ୍ରକୃତି ମଧ୍ୟ ନିଜ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଫିଲ୍ମ ଦ୍ରୌପଦୀର ପୋଷ୍ଟର ନିଜ ସୋସିଆଲ ମିଡିଆ ପେଜ୍ରେ ସେୟାର କରିଛନ୍ତି। ଏହି ସିନେମାଟି ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ବର: ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜ ଆଗାମୀ ଫିଲ୍ମ 'ଦ୍ରୌପଦୀ'ର ଘୋଷଣା କରିଛନ୍ତି । ଫିଲ୍ମ ଦ୍ରୌପଦୀର ପୋଷ୍ଟର ନିଜ ସୋସିଆଲ ମିଡିଆ ପେଜ୍ରେ ସେୟାର କରିଛନ୍ତି। ଏହି ସିନେମାଟି ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନନ୍ୟା ପଟ୍ଟନାୟକ ଏବଂ ସଂଯୋଜନା କରିଛନ୍ତି ସସ୍ମିତା ତିଆଡି ଓ ଆକାଶଦୀପ ସିଂ ।

ପୋଷ୍ଟରକୁ ସେୟାର କରି ପ୍ରକୃତି କ୍ୟାପସନରେ ଲେଖିଛନ୍ତି , "କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ । କେବେ ନାରୀ କେଉଁ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହୋଇଛି । ଯୁଗ ବଦଳିଗଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ ।"ଏହାପୂର୍ବରୁ ବାବୁସାନଙ୍କ ଅଭିନୀତ ଫିଲ୍ମ ଗଜପତିର ପୋଷ୍ଟର ସେୟାର କରିଥିଲେ ଅଭିନେତା ବାବୁସାନ ।
ପ୍ରକୃତି ମିଶ୍ର ଏହି ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ଚେନ୍ନାଇ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ପ୍ରକୃତି ଚେନ୍ନାଇ ଯିବା ଦିନ ହୋଇଥିବା ବିବାଦ ବର୍ତ୍ତମାନ ସମାଧାନ ଆଡକୁ ଯାଉଥିବାରୁ । ଗଣମାଧ୍ୟମ ଏବଂ ସାଧାରଣଙ୍କ ଭିତରେ ଆଲୋଚନା ହେବା ଥମିଛି ।












Click it and Unblock the Notifications