ମୁମ୍ବାଇରେ ସଞ୍ଜୟଙ୍କ ନାଁରେ ଏତଲା ଦେଲେ ପ୍ରକୃତି ମିଶ୍ର
ମୁମ୍ବାଇ:ଓଲିଉଡ କାଷ୍ଟିଂ କାଉଚ୍ ମାମଲା । ମୁମ୍ବାଇରେ ସଞ୍ଜୟ ନାୟକଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତିଙ୍କ ବିରୋଧରେ ପ୍ରଯୋଜକ ସଞ୍ଜୟ ନାୟକ ତୀବ୍ର ପ୍ରତିକ୍ରିୟା ଦେବା ପରେ ଆଜି ମାୟାନଗରୀରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି ପ୍ରକୃତି ।

ସୂଚନା ଅନୁସାରେ, ଓଲିଉଡରେ ଚାଲୁଥିବା କାଷ୍ଟିଂ କାଉଚ୍ ବିରୋଧରେ ପ୍ରକୃତି ମିଶ୍ର ଅଭିଯୋଗ ଆଣିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ନାୟକ । ଯାହା ପରେ ମୁମ୍ବାଇର ୱେଷ୍ଟ ଅନ୍ଧେରୀ ଦାଦା ଭାଇ ନାରୋଜି ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ତେବେ ଏତଲାରେ ମାନହାନୀ ହୋଇଥିବା ନେଇ ଦର୍ଶାଇଛନ୍ତି ଅଭିନେତ୍ରୀ । ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସି ଦଫା ୫୦୦, ୫୦୪ ଏବଂ ୫୦୬ ମାମାଲା ରୁଜୁ କରିଥିବା ନେଇ ସୂଚନା ରହିଛି ।
ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଜାସ୍ମିନ ରଥ ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ପ୍ରକୃତି କହିଥିଲେ, ଏକ ପ୍ରତିଷ୍ଠିତ ବ୍ୟାନରର ପ୍ରଯୋଜକଙ୍କ ପୁଅ ଚଳଚ୍ଚିତ୍ରରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତା ଝିଅଙ୍କୁ ଶୋଷଣ କରିଛନ୍ତି । ସେ ସବୁବେଳେ ନୂଆ ନୂଆ ଝିଅଙ୍କୁ ଟାର୍ଗେଟ୍ କରିଥା'ନ୍ତି। କେଳବ ସେ ନୁହଁନ୍ତି, ତାଙ୍କ ସହ କିଛି ଅଭିନେତା ଓ ଇଣ୍ଡଷ୍ଟ୍ରିର ବଡ଼ ବଡ଼ିଆ ମଧ୍ୟ ଏହି କୁକର୍ମରେ ସାମିଲ ଥିବା କହିଛନ୍ତି ।
ଯହାପରେ ବର୍ତ୍ତମାନ ଏହି କଳି ଭୁବନେଶ୍ୱରରୁ ଯାଇ ମାୟାନଗରୀ ମୁମ୍ବାଇରେ ପହଞ୍ଚିଲାଣି ।












Click it and Unblock the Notifications