Get Updates
Get notified of breaking news, exclusive insights, and must-see stories!

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

Prakruti Mishra: Prakruti Mishra Went To High Court For Not Addressing The Case Registered,ହାଇକୋର୍ଟ ଗଲେ ପ୍ରକୃତି ମିଶ୍ର

କଟକ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ହାଇକୋର୍ଟ ଗଲେ ପ୍ରକୃତି । ପୋଲିସ ପକ୍ଷରୁ ମାମଲାକୁ ନେଇ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଜଣାଇଲେ । ବାବୁସାନଙ୍କ ପତ୍ନୀଙ୍କ ତୃପ୍ତି ଓ ଶ୍ୱଶୁରଙ୍କ ବିରୋଧରେ ପ୍ରକୃତି ଅଭିଯୋଗ କରିଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ପ୍ରକୃତିଙ୍କ ପରିବାର ।

prakruti mishra

କିଛି ଦିନ ପୂର୍ବରୁ ବାବୁଶାନ୍‌ ଏକ ଭିଡିଓ ଜାରି କରି ଓଡିଶାବାସୀଙ୍କୁ କ୍ଷମା ମାଗି କହିଥିଲେ ଯେ ଏମିତି ଭୁଲ ଆଉ କେବେ ହେବନି । ତେବେ ଜୁଲାଇ ୨୩ ତାରିଖରେ ବାବୁସାନ୍‌, ପ୍ରକୃତି ମିଶ୍ର ଓ ତାଙ୍କ ପତ୍ନୀଙ୍କୁ ନେଇ ବିବାଦ ଉପୁଜିଥିଲା । ବାବୁଶାନ୍‌ ଓ ପ୍ରକୃତି ଗୋଟିଏ ଗାଡ଼ିରେ ଯାଉଥିବା ସମୟରେ ପତ୍ନୀ ତୃପ୍ତି ତାଙ୍କୁ ଅଟକାଇ ଥିଲେ । ରାସ୍ତା ଉପରେ ପ୍ରକୃତିଙ୍କୁ ଟଣାଓଟରା କରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ । ଯାହାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଅପମାନିତ ହୋଇ ପ୍ରକୃତି ଥାନାରେ ଏତଲା ଦେଇଥିଲେ । ଏବେ ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ପ୍ରାର୍ଥନା କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+