ଝିଅ ପ୍ରକୃତିଙ୍କ ସମର୍ଥନରେ ମୁହଁ ଖୋଲିଲେ ବାପା ମନ୍ମଥ ମିଶ୍ର ,କହିଲେ ମୋ ଝିଅ କାହାର ପରିବାର ଭାଙ୍ଗି ନାହିଁ !
ଝିଅ ପ୍ରକୃତିଙ୍କ ସମର୍ଥନରେ ମୁହଁ ଖୋଲିଲେ ବାପା ମନ୍ମଥ ମିଶ୍ର ,କହିଲେ ମୋ ଝିଅ କାହାର ପରିବାର ଭାଙ୍ଗିବାକୁ ଚାହିଁ ନାହିଁ !
ଭୁବନେଶ୍ୱର: ଆଜି ସାର ରାଜ୍ୟରେ ଓଲିଉଡର ଦୁଇ କଳାକାରଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଘଟଣାଟି ସାମ୍ନାକୁ ଆସିବା ପରେ ଆଜି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ମଧ୍ୟରେ ମାଡ଼ ମରାଯାଇଥିବା ଅଭିଯୋଗ କରି ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି ମନ୍ମଥ ମିଶ୍ର ।ଏହା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକୃତିଙ୍କ ପିତା ମନ୍ମଥ ମିଶ୍ର କହିଛନ୍ତି ବାବୁସାନ୍-ପ୍ରକୃତି କେବଳ ଭଲ ସାଙ୍ଗ ,ବାବୁସାନଙ୍କ ଘର ଭାଙ୍ଗିବାରେ ପ୍ରକୃତିର କୌଣସି ହାତ ନାହିଁ ।ରିଲ୍ ଲାଇଫକୁ ରିୟଲ ଭାବିବା ଅନୁଚିତ୍ । ତେବେ ଏକାଠି ଫିଲ୍ମରେ କାମ କଲେ ପରସ୍ପର ସହ ଦେଖା ହେବା ଏକ ସ୍ୱଭାବିକ କଥା । ଏଥିରେ ପ୍ରକୃତି କିଛି ଭୁଲ ନାହିଁ ଆଜି ଯାହା ଘଟିଛି ତାହା ଅନ୍ୟନ୍ତ ଦୁର୍ଭାଗ୍ୟଜନକ ।

ଅନ୍ୟପଟେ ଅଭିନେତା ବାବୁସାନ୍ଙ୍କ ବାପା ଉତ୍ତମ ମହାନ୍ତି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆପଣା ସୁନା ତ ଭେଣ୍ଡି, କାହାକୁ କିଛି କହିକି ଲାଭ ବା କଣ ଅଛି। ସମ୍ପୁର୍ଣ୍ଣ ଘଟାଣାରେ ଉତ୍ତମ ମହାନ୍ତି ନିଜ ବୋହୂ ତୃପ୍ତିଙ୍କୁ ସମର୍ଥନ କରିଥିଲେ । ତୃପ୍ତି ସ୍ବାମୀ ବାବୁସାନ୍ଙ୍କୁ ବହୁତ ଭଲ ପାଏ ପ୍ରକୃତି ସହ ବାବୁସାନ୍ଙ୍କ ସଂପର୍କ ନେଇ, ତୃପ୍ତି ପାଖରେ ପ୍ରମାଣ ଥାଇପାରେ, ଯେଉଁଥି ପାଇଁ ଆଜିର ସେ ଏଭଳି ସ୍ଟେପ୍ ନେଇଛି । ଚଳଚ୍ଚିତ୍ରରେ ରୋମାଣ୍ଟିକ୍ ସିନ୍ ନ କରିପାଇଁ ବାବୁସାନଙ୍କୁ ତୃପ୍ତି ଅନେକ
ଥର କହିଛି ହେଲେ ବାବୁସାନ୍ କେବେ ଶୁଣି ନାହିଁ ।
ତେବେ ଏହି ମାମଲାକୁ ନେଇ ଖାରବେଳନଗର ଥାନା ଅଧିକାରୀ ଅରୁଣ ସ୍ୱାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି ୨ଟି କେସ୍ ରୁଜୁ ହୋଇଛି ଯାହାର ତଦନ୍ତ ଚାଲିଛି । ପ୍ରଥମ ଅଭିଯୋଗ ପ୍ରକୃତି ମିଶ୍ରଙ୍କ ମା କରିଥବା ବେଳେ ପରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶାଶୂ ଅପରାଜିତା ଉପସ୍ଥିତିରେ ଆଉ ଏକ ଅଭିଯୋଗ କରିଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବୟାନ ରେକର୍ଡ କରିବା ସହ ୧୬୧ ଧାରାରେ ୪ଜଣଙ୍କ ବୟାନ ରେକର୍ଡ ହୋଇଛି ।












Click it and Unblock the Notifications