Get Updates
Get notified of breaking news, exclusive insights, and must-see stories!

ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ମାନହାନି ମାମଲା ଦାୟର କଲେ ପ୍ରକୃତି

Prakruti Mishra: Prakruti Mishra Files Over 5.10 Crore Defamation SuitAgainst Babushaan's Wife ,ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ମାନହାନି ମାମଲା ଦାୟର କଲେ ପ୍ରକୃତି

ଭୁବନେଶ୍ୱର: ୫କୋଟିର ମାନହାନୀ ମାମଲା କଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର କୋର୍ଟରେ ମାନହାନୀ ମାମଲା ଦାୟର କଲେ ପ୍ରକୃତି । ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମାମଲା କଲେ ଦାୟର । ବାବୁସାନଙ୍କ ଶ୍ୱଶୁର ଲଳିତ ଶତପଥୀ ଓ ପତ୍ନୀ ତୃପ୍ତିଙ୍କ ନାଁରେ ମାନହାନୀ ମାମଲା । ସେହିପରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଆଠ ଜଣ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା କରାଯିବ ବୋଲି ସୂଚନା ରହିଛି ।

 Prakruti Mishra
ସୋସିଆଲ ମିଡିଆ ୟୁଟ୍ୟୁବ୍କୁ ମଧ୍ୟ ପକ୍ଷଭୁକ୍ତ କଲେ ପ୍ରକୃତି । ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ପକ୍ଷକରିଥିବା ତାଙ୍କ ଓକିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ପ୍ରକୃତି । ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ , ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ତେବେ ଏବେ ମଧ୍ୟ ଏହି ମାମଲାର ସମାଧାନ ହୋଇପାରିବ ବୋଲି ପ୍ରକୃତିଙ୍କର ଓକିଲ କହିଛନ୍ତି ।
2

ତୃପ୍ତି-ପ୍ରକୃତି-ବାବୁସାନଙ୍କ ମଧ୍ୟରେ ଦେଖାଦେଇଥିଲା ପାରିବାରିକ ବିବାଦ । ଗତ ଜୁଲାଇ ୨୩ ତାରିଖରେ ବାବୁସାନଙ୍କ ପତ୍ନୀ ତୃପ୍ତି ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ମାଡ଼ ମାରିଥିଲେ । ସୋସିଆଲ ମିଡିଆରେ ଅନକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ବାବୁସାନ୍ ଓ ପ୍ରକୃତି ଭୁବନେଶ୍ୱର ସତ୍ୟନଗରସ୍ଥିତ ଏକ ଗେଷ୍ଟ ହାଉସରୁ ସକାଳୁ ଏୟାରପୋର୍ଟ ଯିବା ସମୟରେ ପ୍ରକୃତିଙ୍କ ଉପରେ ଆକ୍ରମଣ କରିଥିଲେ ତୃପ୍ତି ଶତପଥୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+