ସୁନା ଅଳଙ୍କାର ବିଜ୍ଞାପନରୁ ବିଦା ହେଲେ ପ୍ରକୃତି

Prakruti-Babushaan controversy: ପର୍ସନାଲ ଲାଇଫ ସହ ପ୍ରଫେସନାଲରେ ମଧ୍ୟ ପଡୁଛି ପ୍ରଭାବ

ଭୁବନେଶ୍ୱର: ବାବୁସାନ୍-ତୃପ୍ତି-ପ୍ରକୃତି ବିବାଦ ମାମଲାରେ ପ୍ରକୃତି ମିଶ୍ରଙ୍କୁ ଲାଗିଛି ବଡ଼ ଝଟକା । ଦିନକୁ ଦିନ ବଢିବାରେ ଲାଗିଛି ପ୍ରକୃତିଙ୍କ ଅଡୁଆ । ପର୍ସନାଲ ଲାଇଫ ସହ ପ୍ରଫେସନାଲରେ ମଧ୍ୟ ପଡୁଛି ପ୍ରଭାବ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ଘଟଣା ସବୁ ଘଟି ଚାଲିଛି ତାକୁ ନଜର ରହି ତାଙ୍କୁ ସୁନା ଅଳଙ୍କାର ବିଜ୍ଞାପନରୁ ବାଦ ଦେଇଛି କମ୍ପାନୀ । ଏପରିକି ରାସ୍ତାରେ ଲାଗିଥିବା ବିଜ୍ଞାପନର ହୋଡିଂ ମଧ୍ୟ କମ୍ପାନୀ ପକ୍ଷରୁ କାଢିଦିଆଯାଇଛି ।ସୂଚନା ରହିଛି ଯେ ବାବୁସାନ, ପ୍ରକୃତିଙ୍କୁ ନେଇ ଯେଉଁ ପାରିବାରିକ ବିବାଦ ଲାଗି ରହିଛି ସେଥିପାଇଁ ଏପରି ବଡ଼ ନିଷ୍ପତ୍ତି ନେଇଛି କମ୍ପାନୀ ରଥଯାତ୍ରା ପୂର୍ବରୁ ଏହି ବିଜ୍ଞାପନରେ ପ୍ରକୃତି ନଜର ଆସିଥିଲେ । ଅନ୍ୟପଟେ ମଙ୍ଗଳବାର ଦିନ ପ୍ରକୃତିଙ୍କୁ ଜେରା କରିଛି ଖାରବେଳନଗର ଥାନା ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ଜେରା କରାଯାଇଥିଲା । ସୂଚନା ରହିଛି ଏହି ସମୟରେ ପ୍ରକୃତିଙ୍କୁ ୧୦ଟିରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା ।

prakruti mishra

ସେପଟେ ତିନି ଦିନ ପରେ ଆଜି ସକାଳୁ ଓଡ଼ିଶା ଫେରିଛନ୍ତି ଅଭିନେତା ବାବୁସାନ୍ । ହେଲେ ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହଁନ୍ତି । ବର୍ତ୍ତମାନ ସେ ବରମୁଣ୍ଡା ଜଗନ୍ନାଥ ବିହାର ସ୍ଥିତ ନିଜ ଘରେ ଅଛନ୍ତି ।ଖୁବ ଶିଘ୍ର ପୋଲିସ ନୋଟିସ କ୍ରମେ ତାଙ୍କ ବୟାନ ରେକର୍ଡ ହୋଇ ପାରେ । ଏନେଇ କିଛି ସ୍ପଷ୍ଟ ହୋଇ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+