ଯଦି ଭଲ କାହଣୀ ନାହିଁ, ଫିଲ୍ମ ତିଆରି କରିବା ବନ୍ଦ କରିଦିଅ: ପ୍ରକାଶ ଝା
ଯଦି ଭଲ କାହଣୀ ନାହିଁ, ଫିଲ୍ମ ତିଆରି କରିବା ବନ୍ଦ କରିଦିଅ: ପ୍ରକାଶ ଝା
ମୁମ୍ବାଇ: ସିନେମାକୁ ନେଇ ବର୍ତ୍ତମାନ ଦର୍ଶକଙ୍କର ପସନ୍ଦ ମଧ୍ୟ ବଦଳିବାରେ ଲାଗିଛି । ଚଳଚ୍ଚିତ୍ରରେ ଭଲ କାହଣୀ ବା ଓରିଜିନାଲ କାହାଣୀ ଏବେ ଦର୍ଶକ ପ୍ରଥମ ପସନ୍ଦ । ସେହିପରି ସିନେମା ଅପେକ୍ଷା ଏବେ ୱେବସିରିଜ୍ ର କ୍ରେଜ୍ ଅଧିକ ଦେଖିବା ପାଇଁ ମିଳୁଛି । ନିକଟରେ ବଲିଉଡର ସୁପରଷ୍ଟାର ଆମିର ଖାନଙ୍କ ଫିଲ୍ମ 'ଲାଲ୍ ସିଂ ଚଢା'ବକ୍ସଅଫିସରେ ଫ୍ଲପ୍ ହୋଇଥିଲା । ଏହି ଫିଲ୍ମକୁ ଖୁବ ଟ୍ରୋଲ ମଧ୍ୟ କରାଯାଇଥିଲା ସେହିପରି ସୋସିଆଲ ମିଡିଆରେ ବୟକଟ୍ 'ଲାଲ୍ ସିଂ ଚଢା'ମଧ୍ୟ ଟ୍ରେଣ୍ତ କରିଥିଲା । ତେବେ ଏହି ଫିଲ୍ମ ଜରିଆରେ ଆମିର ଖାନ ୪ ବର୍ଷ ପରେ କମବ୍ୟାକ୍ କରିଥିଲେ ଓ ପ୍ରାୟ ୧ ବର୍ଷରୁ ଅଧିକ ସମୟ ଏହି ଫିଲ୍ମକୁ ନେଇ ସେ କାମ କରିଥିଲେ ।

ତେବେ ଏହି ଫିଲ୍ମ ଫ୍ଲପ୍ ହେବାର ଭିନ୍ନ ଭିନ୍ନ କାରଣ ରହିଛି । ଏହି ବିଷୟରେ ନିକଟରେ ଫିଲ୍ମ ନିର୍ମାତା ପ୍ରକାଶ ଝା'ନିଜ ମତ ରଖିଛନ୍ତି । ୱେବ୍ ସିରିଜ୍ 'ଆଶ୍ରମ' ନିର୍ଦ୍ଦେଶକ ପ୍ରକାଶ ଝା ନିଜ ଫିଲ୍ମ 'ମଟୋ କୀ ସାଇକିଲ୍'ପ୍ରମୋସନ ସମୟରେ ବଲିଉଡ ଫିଲ୍ମ ପ୍ଲପ୍ ଉପରେ ନିଜ ମତ ଦେଇ କହିଛନ୍ତି ଯଦି ତୁମ ପାଖରେ ଭଲ କାହାଣୀ ନାହିଁ ତେବେ ଫିଲ୍ମ କରିବା ବନ୍ଦ କରିଦିଅ ,ଲୋକଙ୍କ ସହ ଜଡିତ କହାଣୀ ଲେଖିବା ଉଚିତ୍ । କେବଳେ ରିମେକ୍ ଫିଲ୍ମ ବା କାହାଣୀ ଲୋକଙ୍କୁ ଆକୃଷ୍ଟ କରିପାରିବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଫିଲ୍ମର କାହାଣୀ ଭଲ ଥିବ ତେବେ ଲୋକେ ନିଶ୍ଚୟ ଦେଖିବେ । କେବଳ ଟଙ୍କା ,କର୍ପୋରେଟ୍ ଏବଂ ଅଭିନେତାଙ୍କୁ ଅଧିକ ଅର୍ଥ ଦେବା ପାଇଁ ଚଳଚ୍ଚିତ୍ର ତିଆରି ହୁଏ ନାହିଁ ଲୋକଙ୍କ ଚାହିଦା ଅନୁସାରେ କାହଣୀ ଲେଖିବାର ଆବଶ୍ୟକତା ରହିଛି । ଯଦି ତୁମ ପାଖରେ ଭଲ କାହାଣୀ ନାହିଁ ତେବେ ଫିଲ୍ମ ନିର୍ମାଣ କିବା ଅନୁଚିତ୍ ବିଗ୍ ବଜେଟ୍ ଫିଲ୍ମ ଫ୍ଲପ୍ ହେବା ପରେ ଏପରି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଫିଲ୍ମ ନିର୍ମାତା ପ୍ରକାଶ ଝା ।












Click it and Unblock the Notifications