ଇଣ୍ଡିଆନ ଆଇଡଲ- 13ରେ ନଜର ଆସିବେ ଓଡିଆ ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ
ଇଣ୍ଡିଆନ ଆଇଡଲ 13ରେ ନଜର ଆସିବେ ଓଡିଆ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଆୟୋଜିତ ଏହି ରିଅଲିଟି ଶୋରେ ନିଜର କଳା ପ୍ରଦର୍ଶନ କରିବେ ପ୍ରଭୁ ।
ମୁମ୍ବାଇ : ଇଣ୍ଡିଆନ ଆଇଡଲ 13ରେ ନଜର ଆସିବେ ଓଡିଆ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଆୟୋଜିତ ଏହି ରିଅଲିଟି ଶୋରେ ନିଜର କଳା ପ୍ରଦର୍ଶନ କରିବେ ପ୍ରଭୁ । ବାଲେଶ୍ୱରର ଏହି ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏବେ ଠାରୁ ଉତ୍ସାହିତ ଅଛନ୍ତି ବାଲେଶ୍ବରବାସୀ । ବର୍ତ୍ତମାନ ଏହି ରିଅଲିଟି ଶୋର ପ୍ରୋମୋ ରିଲିଜ ହୋଇଛି ।

ତେବେ ପ୍ରଭୁପାଦ ବାଲେଶ୍ୱର ସମେତ ରାଜ୍ୟରେ ବେଶ୍ ଜଣାଶୁଣା । ପୂର୍ବରୁ ମଧ୍ୟ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଛନ୍ତି ସେ। 2014ରେ ଜୁନିୟର 'ସାରେ-ଗାମା-ପା'ରେ ଅଂଶ ଗ୍ରହଣ କରି ସେ ଖୁବ ଚର୍ଚ୍ଚାକୁ ଆସିଥିଲେ । ତେବେ ଚଳିତ ବର୍ଷ ସେ 'ଇଣ୍ଡିଆନ ଆଇଡଲ୍'ରେ ଅଂଶଗ୍ରହଣ କରିଛନ୍ତି । କୋଲକାତାରେ ଆୟୋଜିତ ଇଣ୍ଡିଆନ ଆଇଡଲର ଅଡିସନ୍ରେ ଅଂଶଗ୍ରହଣ କରି ସେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି ।
ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଥିଲେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ ରଶମିୟା, ବିଶାଳ ଦଦଲାନି,ନେହା କକ୍କର । ଅଡିସନରେ ପ୍ରଭୁ ଦବଙ୍ଗର 'ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ' ସଂଗୀତ ଗାଇ ଜଜଙ୍କ ହୃଦୟ ଜିତି ପାରିଥିଲେ । ଏହି ଶୋ ଆସନ୍ତା ଶନିବାର କିମ୍ବା ରବିବାର ଟେଲିଭିଜନରେ ପ୍ରସାରଣ କରାଯିବ ।












Click it and Unblock the Notifications