ରିଲିଜ୍ ପୂର୍ବରୁ ପ୍ରଭାସଙ୍କ ଫିଲ୍ମ 'Kalki 2898 AD' ଏତିକି କୋଟିର ବ୍ୟବସାୟ, ବିକ୍ରି ହେଲା OTT' ରାଇଟ୍ସ
Kalki 2898 AD OTT Rights: ପ୍ୟାନ୍ ଇଣ୍ତିଆ ଷ୍ଚାର ପ୍ରଭାସଙ୍କ ପ୍ରତ୍ୟେକ ଫିଲ୍ମରେ ଅଭିନୟକୁ ପ୍ରଶଂସକଙ୍କ ବେଶ୍ ପ୍ରଶଂସା ଓ ଭଲ ପାଇବା ମିଳିଥାଏ । ନିକଟରେ ପ୍ରଭାସଙ୍କ ସିନେମା "ସଲାର" ରିଲିଜ୍ ହୋଇଥିଲା । ଯାହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଥିଲା ଏବଂ ଅନେକ ଫିଲ୍ମର ରେକର୍ଡ ବ୍ରେକ୍ କରିଥିଲା । ସଲାର ପରେ, ପ୍ରଭାସଙ୍କ ଚଳଚ୍ଚିତ୍ର Kalki2898 ବର୍ତ୍ତମାନ ଅନେକ ରେକର୍ଡ ବ୍ରେକ୍ କରିବା ପାଇଁ ପ୍ରସ୍ତୁତ ।
ଏହି ଫିଲ୍ମ୯ ମେ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ଏହି ଫିଲ୍ମ ଚଳିତ ବର୍ଷ ଆରମ୍ଭରୁ ରିଲିଜ୍ ହେବାର ଥିଲା କିନ୍ତୁ କୌଣସି କାରଣ ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଖବର ରିଲିଛି ଯେ, ଫିଲ୍ମର 'OTT' ରାଇଟ୍ସ ବିକ୍ରି ହୋଇସାରିଛି । ତେବେ ଏହି ଫିଲ୍ମଟି ଓଟିଟି'ରେ କେତେ ଟଙ୍କାର ବିକ୍ରି ହୋଇଛି ଚାଲନ୍ତୁ ଜାଣିବା ।

ଦୀପିକା ପାଦୁକୋଣ ଏବଂ ଅମିତାଭ ବଚ୍ଚନ 'Kalki 2898 AD' ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରୁ ଦୁହିଁଙ୍କ ଲୁକ୍ ପ୍ରକାଶ ପାଇସାରିଛି । ଯାହାକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିଲେ । ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଏହି ଫିଲ୍ମ ଖୁବ୍ ଭଲ ଆୟ କରିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ଫିଲ୍ମର ବଜେଟ୍ 600 କୋଟି ଟଙ୍କା । ଫିଲ୍ମର ସାଉଥ୍ ଇଣ୍ତିଆ ରାଇଟ୍ସ 200 କୋଟିରେ ବିକ୍ରି ହୋଇଥିବା ବେଳେ ହିନ୍ଦୀ ରାଇଟ୍ସ 175 କୋଟିରେ ବିକ୍ରି ହୋଇଛି। ତେବେ ଫିଲ୍ମର ବର୍ତ୍ତମାନ ଆୟ 375 କୋଟି ଟଙ୍କା । ଯଦି ଫିଲ୍ମର ବଜେଟରୁ ହିସାବ କରାଯାଏ, ତେବେ ଏହାକୁ 63 ପ୍ରତିଶତରୁ ଅଧିକ କଭର୍ କରିବାକୁ ପଡିବ ।
ରିପୋର୍ଟ ଅନୁସାରେ, Kalki 2898 AD ପ୍ରଭାସଙ୍କ ସାଲାର ଅପେକ୍ଷା ବକ୍ସ ଅଫିସରେ ଅଧିକ ରୋଜଗାର କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ଏହି ଫିଲ୍ମ 1000 କୋଟି ଟଙ୍କା ସଂଗ୍ରହ କରିବାକୁ ଯାଉଛି ବୋଲି କୁହାଯାଉଛି । ସେହିପରି ଲୋକେ ମଧ୍ୟ ପ୍ରଭାସଙ୍କ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ନିନ୍। ପ୍ରଭାସଙ୍କ ବ୍ୟତୀତ ଦୀପିକା ଏବଂ ଅମିତାଭ, କମଲ ହାସନ, ଦିଶା ପଠାନୀ, ରାଜେନ୍ଦ୍ର ପ୍ରସାଦ, ଏହି ଫିଲ୍ମରେ ନଜର ଆସିବେ ଏବଂ କମଲ ହାସନଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିପାରେ ।












Click it and Unblock the Notifications