ଏହି ସ୍ଥାନରେ ବିବାହ କରିବେ ତେଲୁଗୁ ସୁପରଷ୍ଚାର ପ୍ରଭାସ
Entertainment News: ତେଲୁଗୁ ସୁପରଷ୍ଟାର ପ୍ରଭାସ ଅଛନ୍ତି ଲାଇମଲାଇଟରେ । ତାଙ୍କର ଚଳଚ୍ଚିତ୍ର ସାଲାର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ପ୍ରଭାସ ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ହେଡଲାଇନରେ ପ୍ରାୟତଃ ରହିଥାନ୍ତି । ନିକଟରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କୁ ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ନିକଟରେ ଆଦିପୁରୁଷ ସମୟରେ ପ୍ରଭାସ-କ୍ରିତି ସାନନଙ୍କ ସମ୍ପର୍କକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଥିଲା । ତେବା ଖାସ କଥା ହେଲା ଯେ, ପ୍ରଶଂସକମାନେ ପ୍ରଭାସଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ବଡ ଅପଡେଟ୍ ପ୍ରକାଶ ପାଇଛି ।

ପ୍ରଭାସଙ୍କ ମାଉସୀ ଶ୍ୟାମାଲା ଦେବୀ ତାଙ୍କ ବିବାହ ବିଷୟକୁ ନେଇ ଅପଡେଟ୍ ଦେଇଛନ୍ତି । M9News.com ସହିତ ଆଲୋଚନା କରୁଥିବାବେଳେ ଶ୍ୟାମଲା ଦେବୀ କହିଛନ୍ତି- ଆମ ପାଖରେ ଦୁର୍ଗାମ୍ମାଙ୍କର ଆଶୀର୍ବାଦ ଅଛି । ଇଶ୍ୱରଙ୍କ କୃପା ଆମ ଉପରେ ରହିଛି । ପ୍ରଭାସ ନିଶ୍ଚିତ ଭାବରେ ବିବାହ କରିବେ ଏବଂ ଏହା ଶୀଘ୍ର ଏହା ଘଟିବ । ଆମେ ତୁମ ସମସ୍ତଙ୍କୁ ଅର୍ଥାତ୍ ମିଡିଆକୁ ବିବାହକୁ ନିମନ୍ତ୍ରଣ କରିବୁ ଏବଂ ଏହାକୁ ସେଲିବ୍ରେଟ୍ କରିବୁ ।
ପ୍ରଭାସ ତାଙ୍କ ବିବାହ ପାଇଁ ପୂର୍ବରୁ ହିଁ ସ୍ଥାନ ସ୍ଥିର କରିସାରିଛନ୍ତି । ଆଦିପୁରୁଷର ରିଲିଜ୍ ସମୟରେ ପ୍ରଭାସ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ। ଯେତେବେଳେ ପ୍ରଭାସଙ୍କୁ ବିବାହ ବିଷୟରେ ପଚରାଗଲା, ସେ କହିଥିଲେ- ମୁଁ ତିରୁପତିରେ ବିବାହ କରିବି । ଏହି ଘୋଷଣା ଶୁଣିବା ପରେ ପ୍ରଶଂସକମାନେ ବହୁତ ଖୁସ୍ ଥିଲେ । ତେବେ ପ୍ରଭାସ କେବେ ବିବାହ କରିବାକୁ ଯାଉଛନ୍ତି ତାଙ୍କ ଉତ୍ତରରେ ଦେଇ ନଥିଲେ ।
ତେବେ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପ୍ରଭାସଙ୍କ ସାଲାର 22 ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ଶୃତି ହାସନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ଡିଙ୍କି ସହିତ ଏକାଠି ରିଲିଜ୍ ହେବା ପାଇଁ ଯାଉଛି । ଖ୍ରୀଷ୍ଟମାସ ଅବସରରେ ଉଭୟ ଫିଲ୍ମ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।
ସାଲାର ପୂର୍ବରୁ ସେପ୍ଟେମ୍ବର 28 ରେ ରିଲିଜ ହେବାର ଥିଲା। ତେବେ ଏହି ଚଳଚ୍ଚିତ୍ର ବିବେକ ଅଗ୍ନିହୋତ୍ରୀଙ୍କ ଦି ଭ୍ୟାକ୍ସିନ୍ ସହ ଏକାଠି ରିଲିଜ୍ ହେବାର ଯୋଜନା ରହିଥିଲା । ହେଲେ ଏହା ପରେ ଏହାକୁ ସ୍ଥଗିତ ରଖାଯାଇ ଡିସେମ୍ବରକୁ ସ୍ଥାନାନ୍ତର କରାଯାଇଥିଲା।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications