Get Updates
Get notified of breaking news, exclusive insights, and must-see stories!

ପ୍ରଭାସ-କ୍ରିତି ସାନନଙ୍କର ହେବା ପାଇଁ ଯାଉଛି ନିର୍ବନ୍ଧ ! ଅଭିନେତାଙ୍କ ଟିମ୍ ଦେଲେ ଏପରି ସୂଚନା

ପ୍ରଥମ ଥର କ୍ରିତି ସାନନ୍ ଏବଂ ପ୍ରଭାସଙ୍କୁ ଏକାଠି ଫିଲ୍ମ 'ଆଦିପୁରୁଷ'ରେ ଦେଖିବା ପାଇଁ ମିଳିବ । ଏହି ଯୋଡିକୁ ଏକାଠି ସିଲଭର୍ ସ୍କ୍ରିନରେ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ ।

Prabhas-Kriti
ମୁମ୍ବାଇ: ଗତ କିଛି ଦିନ ହେବ ଅଭିନେତା ପ୍ରଭାସ ଏବଂ କ୍ରିତି ସାନନଙ୍କ ପ୍ରେମ ସମ୍ପର୍କ ଏବଂ ବିବାହକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା 'ଆଦିପୁରୁଷ'ର ସୁଟିଂ ପରେ ଦୁଇ ସେଲିବ୍ରିଟି ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ହେଲେ କ୍ରିତି ଏବଂ ପ୍ରଭାସ ଉଭୟ ଏହି ଖବରକୁ ମିଥ୍ୟା ବୋଲି କହିଥିଲେ । କିନ୍ତୁ ପୁଣି ଥରେ ଦୁଇ ଜଣଙ୍କ ବିବାହ ଖବରକୁ ନେଇ ଗସିପ୍ ଆରମ୍ଭ ହୋଇଯାଇଛି । ତେବେ ଏହି ଖବରରେ କେତେ ସତ୍ୟ ଅଛି, ଅଭିନେତାଙ୍କ ଟିମ୍ ଏହି ଖବରକୁ ନେଇ ଦେଇଛନ୍ତି କିଛି ଖାସ୍ ଅପଡେଟ୍ ।

ପ୍ରଥମ ଥର କ୍ରିତି ସାନନ୍ ଏବଂ ପ୍ରଭାସଙ୍କୁ ଏକାଠି ଫିଲ୍ମ 'ଆଦିପୁରୁଷ'ରେ ଦେଖିବା ପାଇଁ ମିଳିବ । ଏହି ଯୋଡିକୁ ଏକାଠି ସିଲଭର୍ ସ୍କ୍ରିନରେ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଏହାରି ମଧ୍ୟରେ ଉଭୟଙ୍କ ଅଫାୟାର ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଯୋର୍ ଧରିଛି । ଏବେ ଜଣେ ଚଳଚ୍ଚିତ୍ର ସମାଲୋଚକଙ୍କ ଏକ ଟ୍ୱିଟକୁ କରୁଛି ଟ୍ରେଣ୍ତ୍ । ଆସନ୍ତା ସପ୍ତାହରେ ମାଲଦ୍ୱୀପରେ ପ୍ରଭାସ ଏବଂ କ୍ରିତିଙ୍କ ନିର୍ବନ୍ଧ ହେବା ପାଇଁ ଯାଉଛି ବୋଲି ସେ ଦାବି କରିଛନ୍ତି । ତାଙ୍କର ଏହି ଟ୍ୱିଟ୍ ଏବେ ଟ୍ରେଣ୍ତ୍ କରୁଛି । ଏହି ଖବର ପ୍ରଚାର ହେବା ପରେ ପ୍ରଶଂକ ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି ସେତିକି ଉତ୍ସାହିତ ମଧ୍ୟ ଅଛନ୍ତି ।


ହେଲେ ସବୁ ଥର ପରି ଏଥର ମଧ୍ୟ ଅଭିନେତା ପ୍ରଭାସଙ୍କର ଟିମ୍ ଏହି ଖବରକୁ ଅସ୍ୱିକାର କରିଛନ୍ତି । ପ୍ରଭାସଙ୍କ ଟିମ୍ ETimes ସୂଚନା ଦେଇ କହିଛନ୍ତି, ଯେ 'ପ୍ରଭାସ ଏବଂ କ୍ରିତି କେବଳ ଭଲ ବନ୍ଧୁ । ଉଭୟଙ୍କ ନିର୍ବନ୍ଧ ଖବର ପଛରେ କୌଣସି ସତ୍ୟତା ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+