ଅଭିନେତା ପ୍ରଭାସଙ୍କୁ ଡେଟ୍ କରୁଛନ୍ତି କ୍ରିତି ସାନନ୍ ! 'ଆଦିପୁରୁଷ' ସେଟରୁ ଆରମ୍ଭ ହୋଇଥିଲା ବନ୍ଧୁତା
ଅଭିନେତା ପ୍ରଭାସଙ୍କୁ ଡେଟ୍ କରୁଛନ୍ତି କ୍ରିତି ସାନନ୍ ! 'ଆଦିପୁରୁଷ' ସେଟରୁ ଆରମ୍ଭ ହୋଇଥିଲା ବନ୍ଧୁତା
Prabhas-Kriti Sanon: ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ ଏବେ ନିଜ ଲଭ୍ ଲାଇଫିକୁ ନେଇ ଅଛନ୍ତି ଚର୍ଚ୍ଚାରେ । ପ୍ରଭାସଙ୍କୁ ଡେଟ୍ କରୁଛନ୍ତି କି କ୍ରିତି ? କେବେଠୁ ଆରମ୍ଭ ହେଲା ଏମାନଙ୍କ ସମ୍ପର୍କ ? ଉଭୟ ପରସ୍ପର ସହ କେତେ ସୁନ୍ଦର ଦିଶୁଛନ୍ତି । ବଡପରଦାରେ ଉଭୟଙ୍କ ଯୋଡି ସୁପହିଟ୍ ରହିବ । ଏହି ଷ୍ଟାର ଯୋଡିକୁ ନେଇ ଏବେ ଏପରି ଅନେକ ପ୍ରଶ୍ନ ଓ କମେଣ୍ଟ ସୋଶାଲ ମିଡିଆରେ ଦେଖିବା ପାଇଁ ମିଳୁଛି । ଏହି ଖବର ବର୍ତ୍ତମାନ ଟ୍ରେଣ୍ତରେ ରହିଛି ।

ପ୍ରଭାସଙ୍କୁ ଡେଟ୍ କରୁଛନ୍ତି କ୍ରିତି ସାନନ୍ !
କ୍ରିତି ସାନନ୍ ଓ ପ୍ରଭାସଙ୍କ ଡେଟିଂ ଖବର 'କଫି ୱିଥ୍ କରଣ ୭' ଶୋ ପରେ ଚର୍ଚ୍ଚାରେ ରହିଥିଲା । ଏହି ଶୋ'ରେ ଅଭିନେତ୍ରୀ ପ୍ରଭାସଙ୍କୁ କଲ୍ କରିଥିଲେ ଯାହା ପରେ ଉଭୟଙ୍କ ମଧ୍ୟରେ ଥିବା ଖାସ୍ ବନ୍ଧୁତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ ଏବେ ଉଭୟ ପରଷ୍ପରକୁ ଡେଟ୍ କରୁଛନ୍ତି । ତେବେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ଖୁବ୍ ଆଗ୍ରହୀ ଅଛନ୍ତି ପ୍ରଶଂସକ । କଫି ୱିଥ୍ କରଣ ଶୋ'ର ଏକ କ୍ଲିପ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ପ୍ରଭାସ ଓ କ୍ରିତିଙ୍କ ମଧ୍ୟରେ ରହିଛି କିଛି ଖାସ୍ ସମ୍ପର୍କ
ରିପୋର୍ଟ ଅନୁସାରେ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ଶେଷ ହେବା ପରେ ମଧ୍ୟ ଉଭୟଙ୍କ ସମ୍ପର୍କ ଅକ୍ଷୁର୍ଣ୍ଣ ରହିଛି । ଉଭୟ ପରସ୍ପରକୁ କଲ୍ ମ୍ୟାସେଜ୍ କରିବାର କୌଣସି ମୌକା ହାତଛଡା କରୁନାହାନ୍ତି । ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଏକ ଦୃଢ ଭାବନା ରହିଛି । ଅନ୍ୟପଟେ ନିଜ ସମ୍ପର୍କକୁ ଦୁନିଆ ସାମ୍ନାରେ ପ୍ରକାଶ କରିବା ପାଇଁ ଏହି ଷ୍ଟାର ଯୋଡି ଅଧିକ ସମୟ ନେବା ପାଇଁ ଚାହୁଁଛି ।

ଫିଲ୍ମ ସିଟଂ ସମୟରେ ଆରମ୍ଭ ହୋଇଥିଲା ବନ୍ଧୁତା
ଫିଲ୍ମ ଆଦିପୁରୁଷରେ ଏହି ଯୋଡିକୁ ଏକାଠି ବଡପରଦାରେ ଦେଖିବା ପାଇଁ ମିଳିବ । ଏହି ଫିଲ୍ମ ସେଟରୁ ହିଁ ଆରମ୍ଭ ହୋଇଥିଲା ବନ୍ଧୁତା । ସୂଚନା ଏହା ମଧ୍ୟ ରହିଛି ଯେ ଉଭୟ ଏକାଠି ସମୟ ବିତାଇବା ପାଇଁ ମଧ୍ୟ ପସନ୍ଦ କରନ୍ତି । ସ୍ୱଭାବରେ ଲାଜୁଆ ପ୍ରଭାସ ପ୍ରୟାତଃ କମ୍ କଥାବର୍ତ୍ତା କରନ୍ତି ହେଲେ କ୍ରିତିଙ୍କ ସହ ତାଙ୍କ ବଣ୍ତିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଉଭୟଙ୍କ ସମ୍ପର୍ତ ଅତ୍ୟନ୍ତ ସୂତନ୍ତ୍ର ।
ପ୍ରଭାସଙ୍କୁ ନେଇ କ'ଣ କହିଲେ କ୍ରିତି
ଗତବର୍ଷ ଅଭିନେତ୍ରୀ କ୍ରିତି ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଯେତେବେଳେ ସେ ପ୍ରଭାସଙ୍କ ସହ ପ୍ରଥମ ଥର ଦେଖା ହୋଇଥିଲେ ତାଙ୍କୁ ଲାଗିଥିଲା ଅଭିନେତା ସ୍ୱଭାବରେ ଲାଜୁଆ ହେଲେ ତାଙ୍କ ସହ ଚାଟିଂ କରିବା ପରେ ତାଙ୍କ ଧାରଣ ବଦଳିଯାଇଥିଲା ।
ତେବେ ପ୍ରଭାସ ଓ କ୍ରିତିଙ୍କ ଫିଲ୍ମ 'ଆଦିପୁରୁଷ' ୨୧ ଜାନୁଆରୀ ୨୦୨୩ରେ ରିଲିଜ୍ ହେବା ପାଇଁ ଯାଉଛି । ଯେଉଁଥିରେ କ୍ରିତି ସୀତା ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । କ୍ରିତି ଓ ପ୍ରଭାସଙ୍କ ଡେଣ୍ଟିଂ ଖବର ଭାଇରାଲ ହେବା ପରେ ବଡପରଦାରେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।












Click it and Unblock the Notifications