ପ୍ରଭାସ-ଅନୁଷ୍କା ସେଟ୍ଟିଙ୍କ ବିବାହ ହୋଇଛି ଶେଷ ! ଭାଇରାଲ ହେଉଛି ଫଟୋ
Prabhas-Anushka Wedding: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ସାଲାର 22 ଡିସେମ୍ବର 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାକୁ ଅଭିନେତା ଖୁବ୍ ଜୋର ସୋରରେ ପ୍ରମୋଟ କରୁଛନ୍ତି । ଏହି ସମୟରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ବର ଏବଂ କନ୍ୟା ପରି ସଜେଇ ହୋଇଥିବାର ଦେଖିବାକୁ ମିଳୁଛି ।
ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ ବିବାହ ଫଟୋ ଦେଖିବା ପରେ ପ୍ରଶଂସକମାନେ ବେଶ୍ ଖୁସ ଅଛନ୍ତି ଉଭୟଙ୍କୁ ସମସ୍ତେ ଶୁଭେଚ୍ଛା ଜାଣଇବା ଆରମ୍ଭ କରିଦେଇଛନ୍ତି । ଏହି ଫଟୋ ଅଭିନେତାଙ୍କ ଫ୍ୟାନ୍ସଙ୍କୁ ଦ୍ୱନ୍ଦରେ ପକାଇଛି । ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଯେ, କ'ଣ ସତରେ ଉଭୟ ବିବାହ କରି ନେଇଛନ୍ତି । ପ୍ରଭାସ-ଅନୁଷ୍କାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ ଉଭୟ ଷ୍ଚାରଙ୍କ ସହ ଏକ ଛୋଟ ଝିଅ ବସିଥିବାର ଫଟୋ ମଧ୍ୟ ଦେଖିବା ପାଇଁ ମିଳୁଛି ।

ତେବେ ପ୍ରଭାସ-ଅନୁଷ୍କା ଗୁପ୍ତ ଭାବେ ବିବାହ କରି ନେଇଛନ୍ତି, ଏହା ବ୍ୟତୀତ ଦମ୍ପତିଙ୍କର ଏକ ଝିଅ ମଧ୍ୟ ଅଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହେଉଥିବା ଫଟୋ ପ୍ରଶଂସକଙ୍କୁ ଦ୍ୱନ୍ଦରେ ପକାଇବା ସହ ଆଶ୍ଚର୍ଯ୍ୟ କରିଛି । ହେଲେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ଏଆଇ କମାଲ୍ । ଏହି ସମସ୍ତ ଫଟୋକୁ ଏଆଇ ଦ୍ୱାରା ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି ।
ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ ବିବାହ ଫଟୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ତିଆରି କରାଯାଇଥିଲା । ଏହି ଫଟୋରେ ଦୁହେଁ ବିବାହ ପୋଷାକରେ ଏକାଠି ଖୁବ ସୁନନ୍ଦ ଦେଖାଯାଉଛନ୍ତି । ପ୍ରଶଂସକମାନେ ଏହି ଭାଇରାଲ୍ ଫଟୋଗୁଡିକ ବେଶ୍ ପସନ୍ଦ କରୁଛନ୍ତି ଏବଂ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।
ଏକ ସାକ୍ଷାତକାରରେ ପ୍ରଭାସ ସ୍ୱିକାର କରିଥିଲେ ଯେ ଅନୁଷ୍କାଙ୍କ ସହ ତାଙ୍କର ଭଲ ବନ୍ଧୁତା ରହିଛି । ଉଭୟ ପରସ୍ପରର ଅସୁବିଧାରେ ସର୍ବଦା ଏକାଠି ଠିଆ ହୋଇଥାନ୍ତି । ହେଲ ସେ ନିଜ ସମ୍ପର୍କକୁ ଗ୍ରହଣ କରିନଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏଆଇ ମାଧ୍ୟମରେ ଏକ ଫଟୋ ତିଆରି କରି ସେମାନଙ୍କୁ ବିବାହ ଖବରକୁ ନେଇ ଗୁଜବ ସୃଷ୍ଚି କରିଛନ୍ତି । ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ ପ୍ରେମ ସମ୍ପର୍କକୁ ନେଇ ନିକଟରେ ଚର୍ଚ୍ଚା ଜୋର ଧରିଥିଲା । ଚଳଚ୍ଚିତ୍ର 'ବାହୁବଲୀ' ଏବଂ 'ବାହୁବଲୀ ୨'ରେ ଏକାଠି କାମ କରିଥିଲେ ଉଭୟ । ପ୍ରଭାସ-ଅନୁଷ୍କାଙ୍କ କେମେଷ୍ଟ୍ରିକୁ ଦର୍ଶକଙ୍କ ମନ ଜିଣିଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications