• search
For Quick Alerts
Turn On Notification  
For Daily Alerts

ଅଶ୍ଲୀଳ ଭିଡିଓ ସୁଟିଂ ମାମଲାରେ 'ଗନ୍ଦି ବାତ୍' ର ହିରୋଇନ୍ ଗିରଫ

|

ମୁମ୍ବାଇ: ମୁମ୍ବାଇ ପୋଲିସ ଅଭିନେତ୍ରୀ-ମଡେଲ ଗେହାନା ଭାସିଷ୍ଟଙ୍କୁ ତାଙ୍କ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟିଂ ତଥା ଅପଲୋଡ କରିବା ଅଭିଯୋଗରେ ଗିରଫ କରିଛି। ANI ରିପୋର୍ଟ ଅନୁଯାୟୀ, ଏକତା କପୁରଙ୍କ ୱେବ୍ ସିରିଜ୍ 'ଗନ୍ଦି ବାତ୍' ଓ୍ୱେବ ସିରିଜରେ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ଗେହେନା ରବିବାର ଦିନ କୋର୍ଟରେ ହାଜର ହୋଇଛନ୍ତି ।

Gehana Vasisth

ଅନ୍ୟ କେତେକ ମଡେଲ ଏବଂ ଅଭିନେତ୍ରୀଙ୍କୁ ମଧ୍ୟ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । ପୋଲିସକୁ ଏକ ସୂତ୍ରରୁ ଖବର ମିଳିଥିଲା ​​ଯେ ଫିଲ୍ମ ଏବଂ ସିରିଏଲ ସୁଟ୍ ବାହାନା କରି କିଛି ଲୋକ ମଡ ଦ୍ୱୀପରେ ଗୋଟିଏ ବଙ୍ଗଳାରେ ଅଶ୍ଲୀଳ ଓ ପର୍ଣ୍ଣ ଭିଡିଓ ସୁଟିଂ କରୁଥିଲେ । ସବୁଠାରୁ ବଡ କଥା ହେଉଛି ଏଥିମଧ୍ୟରୁ କିଛି ପୀଡିତା ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେମାନଙ୍କୁ ସୁଟିଂ ବାହାନାରେ ଦେହ କାରବାରରେ ବ୍ୟବହାର କରାଯାଉଥିଲା ଏବଂ ଅଶ୍ଳୀଳ ଭିଡିଓ ରେକର୍ଡ କରିବାକୁ ବାଧ୍ୟ କରାଯାଇଥିଲା । ଫେବୃଆରୀ 5 ଓ 6 ତାରିଖରେ ମଡ ଦ୍ୱୀପର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା ।

ଏହି ସମୟରେ କେତେଜଣ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଗେହାନା ଭାସିଷ୍ଟଙ୍କୁ ଗିରଫ କରାଯାଇଥିବା କହିଛି ପୁଲିସ । ଏଠାରେ କହି ରଖୁ 2012 ରେ ମିସ୍ ଏସିଆ ବିକିନି ପ୍ରତିଯୋଗିତାର ବିଜେତା ହେଉଛନ୍ତି ଗେହେନା । ତାଙ୍କର ପ୍ରକୃତ ନାମ ହେଉଛି ବନ୍ଦନା ତିୱାରୀ । ୱେବ୍ ସିରିଜ୍ ବ୍ୟତୀତ ସେ ଅନେକ ଟିଭି ସୋ ଏବଂ 'ଲକ୍ଷ୍ନୋ ଇଶ୍କ', 'ଡାଲ୍ ମେନ୍ କୁଚ୍ କାଲା ହୈ' ଭଳି କିଛି ଚଳଚ୍ଚିତ୍ରରେ କାମ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Porn Video Racket Busted, Police Arrest Web Series Actress Gehana Vasisth
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X