ମିକା ସିଂଙ୍କ ପ୍ରାଇଭେଟ୍ ଆଇଲାଣ୍ତ
ମିକା ସିଂଙ୍କ ପ୍ରାଇଭେଟ୍ ଆଇଲାଣ୍ତ
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଓ ବ୍ଲକବଷ୍ଟର ଗାୟକ ମିକା ସିଂ । କୌଣସି ନା କୌଣସି କାରଣ ପାଇଁ ସେ ଲାଇମଲାଇଟରେ ରହିଥାଆନ୍ତି ବାସ୍ତବରେ ତାଙ୍କର ସୁନ୍ଦର ଗୀତ ହିଁ ତାଙ୍କୁ ଆଜି ସଫଳତା ଦେଇପାରିଛି । ସେ ନିଜ ମନ୍ତବ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସିଙ୍ଗର ଏକ ଘରୋଇ ଦ୍ୱୀପ କିଣିବା ନେଇ ଚର୍ଚ୍ଚାରେ ଅଛନ୍ତି । ଯାହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ନିକଟରେ ଗାୟକ ମିକା ସିଂ ଏକ ଆଇଲାଣ୍ତ ବୋଟ୍ ଚଳାଉଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ତାଙ୍କ ଅଙ୍ଗରକ୍ଷୀମାନେ କୂଳରେ ଠିଆ ହୋଇଛନ୍ତି । ଡଙ୍ଗାରେ MS ଲେଖାଯାଇଛି ଯଥା ମିକା ସିଂ । ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ପୋଷ୍ଟରେ ଦାବି କରାଯାଇଛି କି ମିକା ପ୍ରଥମ ଭାରତୀୟ ଗାୟକ, ଯିଏ ଏକ ପ୍ରାଇଭେଟ୍ ଦ୍ୱୀପ ତଥା ଆଇଲାଣ୍ଡ କିଣିଛନ୍ତି । ଏହା ସହିତ ସେ ୭ଟି ଡଙ୍ଗା ଏବଂ ୧୦ଟି ଘୋଡା ମଧ୍ୟ କିଣିଥିବା ନେଇ ସୂଚନା ରହିଛି ।
ମିକା ସିଂଙ୍କ ଭିଡିଓରେ ନେଟେନିଜେନ୍ସଙ୍କ ପ୍ରତିକ୍ରିୟା
ମିକା ସିଂ ଭିଡିଓର ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ କରିଛି। ତାଙ୍କର କିଛି ପ୍ରଶଂସକ ମିକାଙ୍କୁ ସିଂ ଇଜ୍ କିଙ୍ଗ୍ବୋ ଲି କହି ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ କିଛି ୟୁଜର୍ସ ତାଙ୍କୁ ପରିହାସ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଏହି ସ୍ଥାନକୁ ନିନ୍ଦା କରି ଲେଖିଛନ୍ତି ଏହା ଏକ ଡ୍ରେନ ପରି ଦେଖାଯାଉଛି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି 'କେତେ ପରିଷ୍କାର ଜଳ' । ତେବେ ଅନେକ ଲୋକ ତାଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ମିକାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନାଥାଉ ଯେ, କିଛି ଦିନ ପୂର୍ବରୁ ୪୫ ବର୍ଷିୟ ଗାୟକ ମିକା ସିଂଙ୍କ ନିଜ ସ୍ୱୟମ୍ୱରକୁ ନେଇ ଚର୍ଚ୍ଚାରେ ଥିଲେ । ଯାହା ଏକ ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିଲା ।












Click it and Unblock the Notifications