Get Updates
Get notified of breaking news, exclusive insights, and must-see stories!

ଆରପାରିରେ ଖଳନାୟକ ରାଇ ମୋହନ

ତେବେ ଆସନ୍ତୁ ଜାଣିବା ଏହି ଖଳନାୟକ ରାଇଙ୍କର ନିଜ ବ୍ୟକ୍ତିଗତ ଜୀବନରେ କିପରି ଥିଲେ, କେବେ ଅଭିନୟ ଜଗତରେ ପାଦ ଦେଇଥିଲେ..

ଭୁବନେଶ୍ବର: ରାଇମୋହନ ପରିଡ଼ା ଓଡିଆ ସିନେମା ଜଗତର ଜଣେ ଲୋକପ୍ରିୟ କଳାକାର । ନିଜର ଅଭିନୟରେ ସେ ଜିତିପାରିଛନ୍ତି ଦର୍ଶକଙ୍କ ହୃଦୟ । ପିଲାଟି ଦିନରୁ କଳାପ୍ରତି ଥିଲା ଦୁର୍ବଳତା । ଏନେଇ ଅନେକ ସଂଘର୍ଷ ପରେ ଅଭିନୟ ଜଗତରେ କରିଥିଲେ ପ୍ରବେଶ । ଆଜି ତାଙ୍କର ଅଚାନକ ମୃତ୍ୟୁ ଖବର ସାରା ଓଲିଉଡ ସମେତ ଦର୍ଶକ ମହଲରେ ଦୁଃଖର ଛାୟା ଖେଳାଇ ଦେଇଛି । ତେବେ ଆସନ୍ତୁ ଜାଣିବା ଏହି ଖଳନାୟକ ରାଇଙ୍କର ନିଜ ବ୍ୟକ୍ତିଗତ ଜୀବନରେ କିପରି ଥିଲେ, କେବେ ଅଭିନୟ ଜଗତରେ ପାଦ ଦେଇଥିଲେ..

ରାଇ

ରାଇ ମୋହନ ୧୯୬୩ ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରୁ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ ରାଇ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ ସେ । ୧୯୮୭ରେ ପ୍ରଥମେ ସାଗର ସିନେମାରେ ଖଳନାୟକ ଭୂମିକା ଦେଇଥିଲା ଖ୍ୟାତି । ଏହ ପରେ ପରେ ସେ ଆଉ କେବେ ପଛକୁ ଫେରି ଦେଖି ନାହାଁନ୍ତି । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନିଜର ଅଭିନୟର ଯାଦୁ ଦେଖାଇ ଚାଲିଥିଲେ । ସେ ପ୍ରାୟ ୧୦୦ ଫିଲ୍ମରେ ଅଭିନୟ କରିଛନ୍ତି । ଓଡିଆ ସମେତ ୧୫ ବଙ୍ଗଳା ଫିଲ୍ମ ଓ ୪୦ ନାଟକରେ ଅଭିନୟ କରିଥିଲେ ରାଇ। ଯାତ୍ରା ଜଗତରେ ମଧ୍ୟ ରାଇଙ୍କର ରହିଛି ଅନେକ ଅବଦାନ ।

ରାଇଙ୍କ ଅଭିନୀତ ଚଳଚ୍ଚିତ୍ର

ଲୋକପ୍ରିୟ ଚଳଚ୍ଚିତ୍ରମଧ୍ୟରେ 'ବନ୍ଧନ', 'ଛତି ଚିରିଦେଲେ ତୁ' ଅନ୍ତର୍ଭୁକ୍ତ, 'କାଳୀଶଙ୍କର', 'ତୋ ବିନା ମୋ କହାଣୀ ଅଧା', 'ଆସିବୁ କେବେ ସାଜି ମୋ ରାଣୀ', 'ତୁ ଥିଲେ ମୋ ଦାରା କାହାକୁ', 'ନେଇଯା ରେ ମେଘ ମୋତେ', 'ତୋ ପାଇଁ ନେବି ମୁଁ ଶହେ ଜନମ', 'ଦେ ମା ଶକ୍ତି ଦେ', 'ରକତେ ଲେଖିଚି ତୋରି ନାଁ', '' ଉଦଣ୍ଡୀ ସୀତା ଆଦି ରହିଛି ।

ସେ ଅନେକ ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ନିଜର ଅଭିନୟ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ଏହି ଅଭିନେତା। ଅଭିନୟ କରିବା ସମୟରେ ତାଙ୍କର କିଛି ଡାଇଲଗ ଦର୍ଶକଙ୍କ ମୁହଁରେ ସର୍ବଦା ରହିବ ବୋଲି ଆଶା ରହିଛି । ହେଇଟି ଅନାନି ..ଡାଇଲଗ ମାନେ ହିଁ ରାଇ ମୋହନ ବୋଲି ବୁଝାଇଥାଏ । ତାଙ୍କର ମୃତ୍ୟୁ ଘଟିଛି ସତ କିନ୍ତୁ ସେ ଦର୍ଶକଙ୍କ ହୃଦୟରେ ସବୁବେଳେ ଜୀବିତ ରହିବେ । ବ୍ୟକ୍ତିଗତ ଜୀବନରେ ରାଇ ଜଣେ ନିର୍ମାୟା ଓ ଦୟାଳୁ ସ୍ବଭାବର ଥିଲେ ବୋଲି ତାଙ୍କର ବନ୍ଧୁ ଓ ପରିଜନଙ୍କର ମତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+