Poonam Pandeyଙ୍କ ପିଆର୍ ଟିମ୍ ମାଗିଲା କ୍ଷମା, ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରିବାର କାରଣ କଲେ ସ୍ପଷ୍ଟ
Poonam Pandey: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ଲାଇମ୍ ଲାଇଟରେ ଅଛନ୍ତି । ସେ ନିଜ ମିଥ୍ୟା ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ ସୋସିଆଲ ମିଡିଆରେ ସେ ନିଜ ମିଥ୍ୟା ଖବର ପ୍ରଚାର କରିଥିଲେ, ପର ଦିନ ଅଭିନେତ୍ରୀ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି କହିଥିଲେ ସେ, ଜୀବିତ ଅଛନ୍ତି । ଯାହା ପରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଥିଲା । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ପୁନମଙ୍କର ନିନ୍ଦା କରିଥିଲେ ଏବଂ ତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଥିଲା ।
ପୁନମ ପାଣ୍ଡେଙ୍କ ମିଥ୍ୟା ମୃତ୍ୟୁ ଖବର ପରେ ଏବେ ଏକ ବଡ଼ ବିବାଦ ଦେଖାଦେଇଛି । ଯାହା ପରେ ବର୍ତ୍ତମାନ ତାଙ୍କ PR ଟିମ୍ ଏହି ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛନ୍ତି। ଶବାଙ୍ଗର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରାଯାଇଥିଲା। ଏହି ମିଥ୍ୟା ଖବର ପ୍ରଚାର କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ'ଣ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହି ପୋଷ୍ଟରେ ଲେଖାଯାଇଛି ଯେ, 'ହଁ, ଆମେ ହଟରଫ୍ଲାଇ ସହଯୋଗରେ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପୁନମ ପାଣ୍ଡେଙ୍କ ଏହି ମିଶନରେ ଜଡିତ ଥିଲୁ। ଏଥିପାଇଁ ଆମେ ସମସ୍ତଙ୍କୁ ହୃଦୟରୁ କ୍ଷମା ମାଗୁଛି । ଆମର ଲକ୍ଷ୍ୟ ଥିଲା ଯେଉଁମାନେ କର୍କଟ ଭଳି ରୋଗର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।
ସେ ଆହୁରି ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଆମର ଲକ୍ଷ୍ୟ କେବଳ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା। 2022 ମସିହାରେ, ଭାରତରେ 123,907 ଗର୍ଭାଶୟ କର୍କଟ ରୋଗରେ ପିଡିତ ଖିଲେ ଏବଂ 77,348 ମୃତ୍ୟୁ ରେକର୍ଡ କରାଯାଇଥିଲା। ସ୍ତନ କର୍କଟ ପରେ, ଗର୍ଭାଶୟ କର୍କଟ ହେଉଛି ଭାରତରେ ମହିଳାମାନଙ୍କୁ ପ୍ରଭାବିତ କରୁଥିବା ଦ୍ୱିତୀୟ ମାରାତ୍ମକ ରୋଗ।
PR ଟିମ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପୁନମ ପାଣ୍ଡେଙ୍କ ମା ମଧ୍ୟ କର୍କଟ ରୋଗର ଶିକାର ହୋଇଛନ୍ତି । ସେଥିପାଇଁ ପୁନମ ଏପରି ନିଷ୍ପତ୍ତି ନେଇଥିଲେ । ଲୋକଙ୍କୁ ସଚେତନ କରିବା ସହ ଟିକା ନେବା ପାଇଁ ମଧ୍ୟ ସେ କହିଛନ୍ତି । ଏପରିକି ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ପରେ ଗୁଗୁଲ ଦ୍ୱାରା ଲୋକମାନେ ଏହି କ୍ୟାନ୍ସର ବିଷୟ ଜାଣିବାକୁ ଚେଷ୍ଟା କରିଥିଲେ ।
ପୋଷ୍ଟର ଶେଷରେ PR ଏଜେନ୍ସି ଏଥିପାଇଁ କ୍ଷମା ପ୍ରାର୍ଥନା କରି ଲେଖିଛନ୍ତି, ଆମେ ସମସ୍ତ ଲୋକଙ୍କୁ କ୍ଷମା ମାଗୁଛୁ । ଉକ୍ତ PR ଦଳର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications